Categories: ଜାତୀୟ

ମମତାଙ୍କ ବିରୋଧୀ ଏକତାକୁ ଝଟ୍‌କା, ଏପିପି-ଟିଆର୍‌ଏସ୍‌ ବୈଠକରୁ ଦୂରେଇବା ଆଶଙ୍କା …

ନୂଆଦିଲ୍ଲୀ, ୧୫।୬ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧୀ ଏକତାକୁ ଏକ ଝଟ୍‌କା ଲାଗିଛି। ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ ବୁଧବାର ଦିଲ୍ଲୀରେ ବିରୋଧୀ ଦଳର ଏକ ବୈଠକ ଡାକିଛନ୍ତି। ତେବେ ବର୍ତ୍ତମାନ ଖବର ଆସିଛି ଯେ ଆମ ଆଦମୀ ପାର୍ଟି, ଟିଆରଏସ ଏବଂ ବିଜେଡି ଏହି ବୈ ଠକରୁ ଦୂରେଇ ଯାଇପାରନ୍ତି। ଏହାପୂର୍ବରୁ ସିପିଏମ ନେତା ସୀତାରାମ ୟେଚୁରୀ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ଡି ରାଜା ମଧ୍ୟ ଏହି ବୈଠକକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସାରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଆମ ଆଦମୀ ପାର୍ଟି ଏହି ପ୍ରସଙ୍ଗ ଉପରେ ବିଚାର କରିବ। ଏଥିସହିତ ଟିଆରଏସ ମଧ୍ୟ ବୈଠକରୁ ଦୂରେଇ ରହିବ। ଏହା ବ୍ୟତୀତ ଓଡିଶାର ବିଜୁ ଜନତା ଦଳ ମଧ୍ୟ ବୈଠକକୁ ଆସିବନାହିଁ ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

Share