Posted inଜାତୀୟ

ଶରଦଙ୍କୁ ଝଟ୍‌କା, ଅଜିତଙ୍କ ବୈଠକରେ ୫୩ରୁ ୩୫ ବିଧାୟକ…

ମୁମ୍ବାଇ,୫।୭ : ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ର ଶରଦ ପାଓ୍ବାର ଏବଂ ଅଜିତ ପାଓ୍ବାରଙ୍କ ସମର୍ଥକ ଉଭୟ ଦଳ ବୁଧବାର ଶକ୍ତି ପ୍ରଦର୍ଶନ କରିଛନ୍ତି। ବୈଠକରେ ଯୋଗଦେବା ପାଇଁ ଏନସିପି ମୁଖ୍ୟ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ପକ୍ଷରୁ ହ୍ବିପ ଜାରି କରାଯାଇଥିଲା। ତେବେ ଅଜିତ ପାୱାରଙ୍କ ସହ ଏନସିପିର ଅଧିକ ସଦସ୍ୟ ରହିଥିବା ଦେଖାଯାଇଛି। ତାଙ୍କ ବୈଠକରେ ଯୋଗଦେବା ପାଇଁ ୫୩ ବିଧାୟକଙ୍କ ମଧ୍ୟରୁ ୩୫ ଜଣ ପହଞ୍ଚିଛନ୍ତି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଏନସିପିର ଅସ୍ତିତ୍ୱକୁ ତାଙ୍କ ନେତୃତ୍ୱରେ ରଖିବା ପାଇଁ ଶରଦ ପାୱାରଙ୍କ ଆଶାକୁ ଏକ ବଡ ଝଟକା ଲାଗିଛି।

ମୁମ୍ବାଇର ଓ୍ବାଇ.ବି. ଚୌହ୍ବାନ କେନ୍ଦ୍ରରେ ଶରଦ ପାୱାରଙ୍କ ନେତୃତ୍ୱରେ ହୋଇଥିବା ବୈଠକରେ ମୋଟ ୧୩ ଜଣ ବିଧାୟକ, ୩ ଏମଏଲସି ଏବଂ ୫ ଏମ୍‌ପି ଉପସ୍ଥିତ ଅଛନ୍ତି। ଏହି ୧୩ ଜଣ ବିଧାୟକଙ୍କ ମଧ୍ୟରେ ଅନିଲ ଦେଶମୁଖ, ରୋହିତ ପାୱାର, ରାଜେନ୍ଦ୍ର ଶିଙ୍ଗାନେ, ଅଶୋକ ପାୱାର, କିରଣ ଲାହମେଟ, ପ୍ରଜାକଟା ତନପୁର, ବାଲାସାହେବ ପାଟିଲ, ଜିତେନ୍ଦ୍ର ଆହାଦ, ଚେତନ ଭିଟାଲ ଟୁପେ, ଜୟନ୍ତ ପାଟିଲ, ରାଜେଶ ଟୋପେ, ସନ୍ଦୀପ କ୍ଷୀରସାଗର ଏବଂ ଦେବେନ୍ଦ୍ର ଅଛନ୍ତି। ୫ ଏମପିଙ୍କ ମଧ୍ୟରେ ଶ୍ରୀନିବାସ ପାଟିଲ (ଲୋକସଭା), ସୁପ୍ରିୟା ସୁଲେ (ଲୋକସଭା), ଆମୋଲ କୋଲହେ (ଲୋକସଭା), ଫୈଜିଆ ଖାନ (ରାଜ୍ୟସଭା) ବନ୍ଦନା ଚୌହ୍ବାନ (ରାଜ୍ୟସଭା) ଅଛନ୍ତି। ୩ ି ଏମଏଲସିଙ୍କ ମଧ୍ୟରେ ଶଶିକାନ୍ତ ସିନ୍ଦେ, ବାବାଜାନି ଦୁରାନୀ, ଏକନାଥ ଖାଡସେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri