ସିରମ୍‌କୁ ଝଟ୍‌କା, କୋଭାଭାକ୍ସ୍‌ ପରୀକ୍ଷା ପାଇଁ ମିଳିଲାନି ଅନୁମତିି…

ନୂଆଦିଲ୍ଲୀ,୧।୭: କୋଭିଶିଲ୍ଡ ଭାକ୍ସିନ୍‌ ପ୍ରସ୍ତୁତ କରିଥିବା ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌କୁ ବଡ଼ ଝଟ୍‌କା ଲାଗିଛି। ୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କଠାରେ କରୋନା ଟିକା କୋଭାଭାକ୍ସର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଲାଗି ସରକାରୀ ପ୍ୟାନେଲ ପକ୍ଷରୁ ଅନୁମତି ପ୍ରଦାନ କରାଯାଇ ନାହିଁ। ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୋଭାଭାକ୍ସ୍‌ର ପରୀକ୍ଷା ଲାଗି ଡିସିଜିଆଇ ନିକଟରେ ଆବେଦନ କରାଯାଇଥିଲା। ମାତ୍ର ବିଶେଷଜ୍ଞ କମିଟି ଏହାକୁ ମନା କରିଛନ୍ତି। ପୃଥିବୀର ଅନ୍ୟ କୌଣସି ଦେଶରେ କୋଭାଭାକ୍ସ୍‌ର ପରୀକ୍ଷା ସମ୍ପନ୍ନ ହୋଇ ନ ଥିବା ଦର୍ଶାଇ ଆବେଦନକୁ ମଞ୍ଜୁରୀ ପ୍ରଦାନ କରାଯାଇ ନାହିଁ। ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ୯୨୦ ଜଣ ୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କଠାରେ କୋଭାଭାକ୍ସ୍‌ ପରୀକ୍ଷା ଲାଗି ଡିସିଜିଆଇଙ୍କ ଅନୁମତି ଲୋଡ଼ିଥିଲା।

Share