ରୁଷିଆକୁ ଝଟ୍‌କା, ମାଷ୍ଟରକାର୍ଡ-ଭିସା ପକ୍ଷରୁ ବଡ ପଦକ୍ଷେପ…

ନ୍ୟୁୟର୍କ,୬।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଅନୁରୋଧ କ୍ରମେ ମାଷ୍ଟରକାର୍ଡ ଏବଂ ଭିସା ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ରୁଷିଆ ଉପରେ ଲାଗିଥିବା କଟକଣାକୁ ଦୃଷ୍ଟିରେ ରଖି ମାଷ୍ଟରକାର୍ଡ ଏହାର ପେମେଣ୍ଟ ନେଟୱାର୍କରୁ ବନ୍ଦ କରିଛି।

ମାଷ୍ଟରକାର୍ଡ କହିଛି ଯେ କମ୍ପାନୀର କାର୍ଡ ଏଣିକି ରୁଷିଆର ବିଭିନ୍ନ ଷ୍ଟୋର ଏବଂ ଏଟିଏମ୍‌ରେ ଆଉ କାମ ଦେବ ନାହିଁ। ତେବେ ଏନେଇ ଗ୍ରାହକ, ଅଂଶୀଦାର ଏବଂ ସରକାରଙ୍କ ସହିତ ଆଲୋଚନା ମଧ୍ୟ କରାଯିବ ବୋଲି ମାଷ୍ଟରକାର୍ଡ କହିଛି।

ଅପରପକ୍ଷେ, ଭିସା କହିଛି ଯେ ପ୍ରତିବନ୍ଧକକୁ ପାଳନ କରିବା ପାଇଁ କମ୍ପାନୀ ନିରନ୍ତର କାର୍ଯ୍ୟ କରୁଛି। ଯେ କୌଣସି ଅତିରିକ୍ତ କଟକଣା ମଧ୍ୟ କାର୍ଯ୍ୟକାରୀ କରିବା ଲାଗି କମ୍ପାନୀ ପ୍ରତିଶ୍ରୁତିବଦ୍ଧ। ରୁଷିଆରେ ଭିସା ସମସ୍ତ କାରବାର ବନ୍ଦ କରିବାକୁ ଏହାର କ୍ଲାଏଣ୍ଟ୍‌ ଏବଂ ଅଂଶୀଦାରଙ୍କ ସହିତ କାର୍ଯ୍ୟ କରୁଛି ବୋଲି କମ୍ପାନୀ ପକ୍ଷରୁ ସିଇଓ ଆଲ୍‌ କେଲେ ସୂଚନା ଦେଇଛନ୍ତି।

Share