ଗୁଗ୍‌ଲକୁ ଝଟ୍‌କା: ଦେବାକୁ ପଡ଼ିବ ୫୦ ନିୟୁତ ଡଲାର ଜରିମାନା

ସିଓଲ,୧୪ା୯: ଦକ୍ଷିଣ କୋରିଆର ଗୋପନୀୟତା ଓ୍ବାଚଡଗ୍‌ ମିଳିତ ଭାବେ ଟେକ୍‌ ଜଏଣ୍ଟ ଗୁଗ୍‌ଲ ଏବଂ ମେଟାକୁ ପ୍ରାୟ ୧୦୦ ବିଲିୟନ ଓ୍ବାନ (ପ୍ରାୟ ୭୨ମିଲିୟନ ଡଲାର୍‌) ଜରିମାନା କରିଛି। ଉଭୟ କମ୍ପାନୀ ବିନା ଅନୁମତିରେ ଗ୍ରାହକଙ୍କ ଅନଲାଇନ୍‌ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ଏହି ସମୟ ମଧ୍ୟରେ ସଂଗୃହୀତ ସୂଚନାକୁ ଲକ୍ଷ୍ୟ ରଖାଯାଇଥିବା ବିଜ୍ଞାପନ ପାଇଁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଗୋପନୀୟତା ଆଇନ ଉଲ୍ଲଂଘନ ମାମଲାରେ ଦକ୍ଷିଣ କୋରିଆ ଦ୍ୱାରା ଏହା ସର୍ବ ବୃହତ ଜରିମାନା ଅଟେ।

ମେଟା ଏହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିବ। ବ୍ୟକ୍ତିଗତ ସୂଚନା ଏବଂ ସୁରକ୍ଷା ଆୟୋଗ କହିଛନ୍ତି ଯେ, ଏହା ଗୁଗ୍‌ଲକୁ ୬୯.୨ବିଲିୟନ ଓ୍ବାନ (ପ୍ରାୟ ୫୦ ନିୟୁତ ଡଲାର) ଏବଂ ମେଟା ୩୦.୮ ବିଲିୟନ ଓ୍ବାନ (ପ୍ରାୟ ୨୨ ମିଲିୟନ ଡଲାର) ଜରିମାନା କରିଛି। ନିୟାମକ କମ୍ପାନୀର କାର୍ଯ୍ୟ ନିର୍ବାହୀମାନଙ୍କ ସହିତ ଏକ ବୈଠକ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମେଟା ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମ ହେଉଛି ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ। ଆୟୋଗର କାର୍ଯ୍ୟରେ ଉଭୟ କମ୍ପାନୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ମେଟା ସୂଚାଇଛି।

Share