ଚାଇନାକୁ ଝଟ୍‌କା: ଦୀପାବଳିରେ କ୍ଷତି ହେବ ୪୨ ହଜାର କୋଟି

ନୂଆଦିଲ୍ଲୀ, ୧୯।୧୦: ଚଳିତ ଦୀପାବଳିରେ ଚାଇନାକୁ ବ୍ୟବସାୟରେ ବଡ଼ ଝଟ୍‌କା ଲାଗିବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଦୀପାବଳିରେ ଭାରତକୁ ବହୁ ଚାଇନା ସାମଗ୍ରୀର ଆମଦାନୀ ହେଉଥିତ୍ବାବେଳେ ଏଥର ଭାରତୀୟ ବ୍ୟବସାୟୀଙ୍କ ପକ୍ଷରୁ ଚାଇନା କମ୍ପାନୀଗୁଡ଼ିକୁ କୌଣସି ଅର୍ଡର ଦିଆଯାଇନାହିଁି। ଦୀପାବଳିରେ ଭାରତରେ ପ୍ରାୟ ୭୦ ହଜାର କୋଟି ଟଙ୍କାର କାରବାର ହୋଇଥାଏ। ଏହାର ୬୦ ପ୍ରତିଶତ ଅର୍ଥାତ୍‌ ୪୨ କୋଟି ଟଙ୍କାର ସାମଗ୍ରୀ ଚାଇନାରୁ ଭାରତକୁ ଆମଦାନୀ ହୋଇଥାଏ। ତେବେ ଏବେ ଏହା ଆଉ ହେବ ନାହିଁ। ମେକ୍‌ ଇନ୍‌ ଇଣ୍ଡିଆ ଅନ୍ତର୍ଗତ ଭାରତୀୟ ସାମଗ୍ରୀର ଚାହିଦା ଏବେ ଘରୋଇ କ୍ଷେତ୍ରରେ ବୃଦ୍ଦି ପାଇବା ସହିତ ରପ୍ତାନୀ କ୍ଷେତ୍ରରେ ମଧ୍ୟ ଭାରତ ଆଗୁଆ ରହିଛି। ଭାରତୀୟ ସାମଗ୍ରୀର ଚାହିଦା ଏବେ ବିଦେଶରେ ବହୁଗୁଣା ବଢ଼ିଛି। ଏହାଦ୍ୱାରା ଚାଇନାର ବ୍ୟବସାୟରେ କ୍ଷତି ଘଟିବାରେ ଲାଗିଛି। ଦୀପାବଳିରେ ହେବାକୁ ଥିବା ବଡ଼ ଧରଣର କ୍ଷତି ନେଇ ଏବେ ଚାଇନା ଚିନ୍ତା ବଢ଼ିବାରେ ଲାଗିଛି।

Share