ବରଗଡ଼ରେ ଚାଞ୍ଚଲ୍ୟ: ବିଚ ରାସ୍ତାରେ ହତ୍ୟା

ବରଗଡ଼ ଅଫିସ,୧୫।୧୦: ବରଗଡ଼ ସହର ବିଚ ରାସ୍ତା ଉପରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପାରିପାଶର୍‌ବିକ ସ୍ଥିତିରୁ ଅନୁମାନ କରାଯାଉଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳି ପାରି ନ ଥିବାବେଳେ ସେ ଭଟଲି ବ୍ଲକ ସୁଲସୁଲିଆ ଅଞ୍ଚଳର ବୋଲି ସାଧାରଣରେ ଆଲୋଚିତ ହେଉଛି। ବରଗ ସହରର ୱାର୍‌ ନଂ-୫ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ଟାଉନ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।