ପାକିସ୍ତାନକୁ ଆଇଏମଏଫ ପକ୍ଷରୁ ଝଟକା: ଶେହବାଜଙ୍କ ଦାବିକୁ ଖଣ୍ଡନ…

ଇସଲାମାବାଦ,୮।୧ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରବିବାର କହିଛି ଯେ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ବାର୍ତ୍ତାଳାପ ପ୍ରଧାନମନ୍ତ୍ରୀ ଶାହାବାଜଙ୍କ ଅନୁରୋଧ କ୍ରମେ ହୋଇଛି ଏବଂ ଆଇଏମଏଫ ଏମଡିଙ୍କ ଫୋନ କଲ ଯୋଗୁ ନୁହେଁ। ଆଇଏମଏଫର ଏହି ବିବୃତ୍ତି ସୂଚିତ କରୁଛି ଯେ ଡିଫଲ୍ଟର ସତ୍ତ୍ୱେ ଇସଲାମାବାଦ ଏହି ପ୍ରସଙ୍ଗରେ ରାଜନୀତି କରିବାଠାରୁ ଦୂରେଇ ଯାଇନାହିଁ।

ସୂଚନାଯୋଗ୍ୟ ଯେ ଶୁକ୍ରବାର ହଜାରା ବିଦ୍ୟୁତ ଯୋଗାଣ କମ୍ପାନୀ (ହାଜେକୋ) ର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ ଶେହବାଜ ସରିଫଙ୍କୁ ଡାକିଛନ୍ତି।

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭାଙ୍କ ସହ ଟେଲିଫୋନରେ କଥା ହୋଇଥିବା ଏବଂ ପରବର୍ତ୍ତୀ ଆର୍ଥିକ ସହାୟତା ପ୍ରଦାନରେ ଏହି ଅବରୋଧ ହଟାଇବାକୁ ଅନୁରୋଧ କରାଯାଇଥିବା ଜଣାପଡିଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟରେ ଦିଆଯାଇଥିବା ଦାବି ଅନୁଯାୟୀ, ଜେନେଭାରେ ଆଶା କରାଯାଉଥିବା ବୈଠକର କିଛି ଦିନ ପୂର୍ବରୁ ଶେହବାଜ ଜର୍ଜିଭାଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିଥିଲେ। ଏହି ବାର୍ତ୍ତାଳାପରେ ସେ ପାକିସ୍ତାନକୁ ମୁଦ୍ରା ପାଣ୍ଠିର ପରବର୍ତ୍ତୀ କିସ୍ତି ପ୍ରକାଶନରେ ବାଧା ଉପୁଜିଥିବା ବିଷୟରେ ଆଲୋଚନା କରିଥିଲେ।

ଏହା ବ୍ୟତୀତ ଶେହବାଜ ମଧ୍ୟ ପାକିସ୍ତାନରେ ବିଦ୍ୟୁତ ଦର ବୃଦ୍ଧି ପାଇଁ ରଖାଯାଇଥିବା ଅବସ୍ଥାରେ କୋହଳ ପ୍ରଦାନ କରିବାକୁ ଆଇଏମଏଫରେ ଦାବି କରିଥିଲେ। ବାର୍ଷିକ ଋଣ ପରିଚାଳନା ଯୋଜନାରେ ପ୍ରାୟ ୫୦୦ ବିଲିୟନ ଟଙ୍କା ଅଭାବର ଭରଣା ପାଇଁ ଆଇଏମଏଫ ପାକିସ୍ତାନକୁ ବିଦ୍ୟୁତ ଦର ବୃଦ୍ଧି କରିବାକୁ କହିଛି।

ଏହି ସର୍ତ୍ତଗୁଡିକ ଉପରେ ଉଭୟ ପକ୍ଷ ମଧ୍ୟରେ ଅସନ୍ତୋଷ ଥିବାରୁ ସରକାରୀ ସ୍ତରୀୟ ଆଲୋଚନାରେ ପରବର୍ତ୍ତୀ କିସ୍ତିରେ କୌଣସି ଚୁକ୍ତିନାମା ହୋଇପାରି ନଥିଲା।
ତେବେ ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନ ସରକାର  ବ୍ୟାଙ୍କ ଉପରେ ଅପତ୍ୟାଶିତ ଲାଭ ଟ୍ୟାକ୍ସ ଏବଂ ବନ୍ୟା ଶୁଳ୍କ ଲାଗୁ କରିବାକୁ ପ୍ରସ୍ତୁତ।

ତେବେ ଆଇଏମଏଫ ମୁଖ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ନିଶ୍ଚିତ କରିଛନ୍ତି କି ନାହିଁ ଏହି ମିଡିଆ ରିପୋର୍ଟରେ ସୂଚନା ଦିଆଯାଇ ନାହିଁ। ଅଗଷ୍ଟରେ ପାକିସ୍ତାନର ଅର୍ଥନୈତିକ ରିଲିଫ କାର୍ଯ୍ୟକ୍ରମର ସପ୍ତମ ତଥା ଅଷ୍ଟମ ସମୀକ୍ଷା କରିବା ପରେ ଆଇଏମଏଫ ୧.୧ ବିଲିୟନ ଡଲାର ମୁକ୍ତ କରିବାକୁ ଘୋଷଣା କରିଥିଲା। ସେତେବେଳେ ପ୍ରବଳ ବନ୍ୟାରେ ପୀଡିତ ପାକିସ୍ତାନ ଏଥିରୁ ଅନେକ ରିହାତି ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri