ଓଜନ କମାଉଥିଲେ

ମୋଟା ଫିଗର ଯେମିତି ପର୍ସନାଲିଟିରେ ଆଞ୍ଚ ଆଣିଥାଏ। ଯେଉଁଥିପାଇଁ ଓଜନ କମାଇବା ଲାଗି ଅନେକେ ବିଭିନ୍ନ ଉପାୟ ଆପଣାଉଛନ୍ତି। ହେଲେ କେହିକେହି ସୁଫଳ ପାଇବା ବଦଳରେ ଏହାର ନକାରାତ୍ମକ ପ୍ରଭାବର ଶିକାର ମଧ୍ୟ ହେଉଛନ୍ତି। ତେଣୁ ଓଜନ କମାଉଥିଲେ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେବେ,
ଜାଣିରଖନ୍ତୁ ସେ ସମ୍ପର୍କରେ …

 

ଅନେକେ ଭାବନ୍ତି ଅଧିକ ମୋଟା ଲାଗୁଥିବା ଶରୀରର କୌଣସି ନିର୍ଦ୍ଦିଷ୍ଟ ଭାଗ ଯେମିତିକି ପେଟ, ଅଣ୍ଟା, ଜଙ୍ଘ ଆଦି ପତଳା ହୋଇଗଲେ ଓଜନ ହ୍ରାସ ହୋଇଯିବ। ଆଉ ଏଥିପାଇଁ ସେମାନେ କେବଳ ସେହି ନିର୍ଦ୍ଦିଷ୍ଟ ଭାଗ ଲାଗି ଏକ୍ସରସାଇଜ୍‌ କରିଥାଆନ୍ତି। ହେଲେ ସ୍ଲିମ୍‌ ଫିଟ୍‌ ରଖିବା ଲାଗି ଏକ୍ସପର୍ଟଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ଶରୀର ଲାଗି ବ୍ୟାୟାମ ଆବଶ୍ୟକ।
ବର୍ତ୍ତମାନ ଓଜନ କମାଇବା ଲାଗି ଅଧିକାଂଶ ବ୍ରେକ୍‌ଫାଷ୍ଟ ବଦଳରେ ବିଭିନ୍ନ ଫୁଡ୍‌ ସପ୍ଲିମେଣ୍ଟ କିମ୍ବା ଡ୍ରିଙ୍କ୍ସ ଉପରେ ନିର୍ଭର କରୁଛନ୍ତି, ଯାହାକି ଇନ୍‌ଷ୍ଟାଣ୍ଟ ରେଜଲ୍ଟ ମଧ୍ୟ ଦେଉଛି। ହେଲେ ପରବର୍ତ୍ତୀ ସମୟରେ ଏହାଦ୍ୱାରା ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି। ତା’ଛଡ଼ା ଫ୍ୟାଟ୍‌ କଟର ଭାବେ ବିକ୍ରି ହେଉଥିବା ଏହି ପ୍ରୋଟିନ୍‌ ପାଉଡର ବି କେବେ କେବେ ଓଜନ ବୃଦ୍ଧି କରିଥାଏ। ତେଣୁ ଏସବୁ ବଦଳରେ ଖାଦ୍ୟପେୟରେ ନିୟନ୍ତ୍ରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ କମ୍‌ କ୍ୟାଲୋରିଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ମନେରଖନ୍ତୁ, ଓଜନ କମାଇବା ଲାଗି ମନଇଚ୍ଛା କୌଣସି ଖାଦ୍ୟ କମାଇବା ପରିବର୍ତ୍ତେ ଡାଏଟିଂ କରୁଥିଲେ କୌଣସି ଏକ୍ସପର୍ଟ, ଡାଏଟିସିଆନ୍‌ କିମ୍ବା ନ୍ୟୁଟ୍ରେସନିଷ୍ଟଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।
ଖାଲି ପେଟରେ ଅଧିକ ସମୟ ରହିଲେ ଓଜନ କମିଥାଏ ବୋଲି ଅନେକେ ଭାବନ୍ତି। ହେଲେ ଏହାଦ୍ୱାରା ଓଜନ ହ୍ରାସ ହେବା ପରିବର୍ତ୍ତେ ଗ୍ୟାସ୍‌, ଏସିଡିଟି ଭଳି ସମସ୍ୟା ଉପୁଜିଥାଏ। ତା’ଛଡ଼ା ମେଟାବଲିଜମ୍‌ ସ୍ତର କମିବା ସହ କ୍ୟାଲୋରି ବର୍ନ ଲାଗି ଶରୀରକୁ ଆବଶ୍ୟକ ଶକ୍ତି ମଧ୍ୟ ମିଳିପାରେ ନାହିଁ। ଫଳରେ ଦୁର୍ବଳ ଲାଗିଥାଏ। ତେବେ ଏହାର ଆଉ ଏକ ଅସୁବିଧା ହେଉଛି ଗୋଟିଏ ସମୟର ଖାଦ୍ୟ ନ ଖାଇବା ଦ୍ୱାରା ପରବର୍ତ୍ତୀ ସମୟରେ ଅଧିକ ଭୋକ ଲାଗିବାରୁ ଆବଶ୍ୟକତାଠାରୁ ଅଧିକ ଖାଇ ହୋଇଯାଏ, ଯାହାକି ଓଜନ ବୃଦ୍ଧିର କାରଣ ସାଜିଥାଏ।
ଓଜନ କମାଇବା ଲାଗି ସଠିକ ଖାଦ୍ୟ ଖାଇବା ସହ ପ୍ରତିଦିନ ଏକ୍ସରସାଇଜ୍‌ କରନ୍ତୁ। ଅର୍ଥାତ୍‌ ଖାଦ୍ୟରେ ଯେତିକି ପରିମାଣରେ କ୍ୟାଲୋରି ଶରୀରକୁ ଯାଉଛି, ତା’ଠାରୁ ଅଧିକ କ୍ୟାଲୋରି ବର୍ନ ପାଇଁ ଏକ୍ସରସାଇଜ୍‌ କରନ୍ତୁ। ଜିମ୍‌ରେ ହେଉ ଅବା ଘରେ ଏକ୍ସରସାଇଜ୍‌ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନେଲେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri