Posted inଖେଳ

ଭାରତୀୟ ଅଧିନାୟକଙ୍କ ପ୍ରଶଂସାରେ ଶତମୁଖ ଏହି ପାକିସ୍ତାନ କ୍ରିକେଟର: କହିଲେ ‘କୁଲ୍‌ କ୍ୟାପ୍‌ଟେନ୍‌’

ନୂଆଦିଲ୍ଲୀ,୧।୧: ଭାରତୀୟ ଦଳ ମେଲବର୍ନ ଟେଷ୍ଟକୁ ୮ ଉଇକେଟରେ ଜିତିି ଅଷ୍ଟ୍ରେଲିଆଠାରୁ ଆଡିଲେଡ୍‌ ଟେଷ୍ଟର ପ୍ରତିଶୋଧ ନେଇଥିଲା। କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେ ଦଳର ନେତୃତ୍ୱରେ ଦଳର ଏହି ବିଜୟ ଯୋଗୁ ସିରିଜ ଏବେ ୧-୧ ସମାନ ସ୍ତରରେ ପହଞ୍ଚିଛି। ତେବେ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ରାହାନେ ୧୧୨ରନ୍‌ କରିବା ଯୋଗୁ ଦଳ ମଜଭୂତ ସ୍ଥିତିରେ ପହଞ୍ଚିଥିଲା। ଏବେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର ଶୋଏବ ଅଖତର ରାହାନେଙ୍କ ପ୍ରଶଂସା କରିଛନ୍ତି।

ମୁଁ ଉଭୟ ମ୍ୟାଚ୍‌ ଦେଖିଛି। ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା। ମୋତେ ଲାଗିଥିଲା ସ୍କୋର ୩୬୯ ଅଛି, ହେଲେ ତାହା ୩୬/୯ ଥିଲା। ହେଲେ ବିପଦ ବେଳେ ପ୍ରକୃତ ପରିଚୟ ଜଣାପଡେ। ଭାରତୀୟ ଦଳ ଚାପରେ ଥିବା ସତ୍ତ୍ୱେ ଦ୍ୱିତୀୟ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ରାହାଣେ ବହୁତ ଶାନ୍ତ ସ୍ବଭାବର ଏବଂ ଚୁପ୍‌ ରହୁଥିବା ଖେଳାଳି। ସେ ଫାଲତୁ କଥାରେ ରାଗନ୍ତି ନାହିଁ। ନିରବ ରହି ଭଲ ନେତୃତ୍ୱ ନେଇପାରନ୍ତି। ତାଙ୍କର ଅଧିନାୟକତ୍ୱରେ ଭାରତୀୟ ଦଳ ଅଚାନକ ପ୍ରଦର୍ଶନ କରିଛି। ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି ବୋଲି ଶୋଏବ କହିଛନ୍ତି।

୧୦-୧୫ ବର୍ଷ ପୂର୍ବେ ଅଷ୍ଟ୍ରେଲିଆକୁ ଅନ୍ୟ ଉପମହାଦ୍ୱିପ ଟିମ୍‌ ହରାଇବା କଥା କେହି ଭାବି ପାରୁ ନ ଥିଲେ। ହେଲେ ଏବେ ତାହା ହେଉଛି। ପୁରା ସିରିଜ ରୋମାଞ୍ଚକର ଲାଗୁଛି। ମୁଁ ଭାରତକୁ ବିଜେତା ଭାବେ ଦେଖିବାକୁ ଚାହେଁ। କାରଣ ସେ ଭଲ ପ୍ରତ୍ୟାବର୍ତ୍ତନ କରିଛି। ରାହାନେଙ୍କ ଶତକ ଅଧିକ ପ୍ରଭାବ ପକାଇଲା ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri