Categories: ଖେଳ

ବ୍ୟାଟ୍‌ରେ ଏହି କ୍ରିକେଟର୍‌ଙ୍କ ମୁଣ୍ଡ ଫଟାଇବାକୁ ଚାହୁଁଥିଲେ ଶୋଏବ ଅଖତର

ଲାହୋର,୨୪।୮: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ତାଙ୍କ ସାଥୀ ଖେଳାଳି ତଥା ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ନିକଟରେ ଆଫ୍ରିଦି ଏକ ସାକ୍ଷାତକାରରେ ଅଖତର ଏକ କଥାକୁ ନେଇ ଏତେ ରାଗିଯାଇଥିଲେ ଯେ, ଏକ ବ୍ୟାଟ ଧରି ମହମ୍ମଦ ଆସିଫଙ୍କୁ ମାରିବାକୁ ଯାଇଥିଲେ। ଆଫ୍ରିଦି ଯେଉଁ ଘଟଣା ବିଷୟରେ କହୁଛନ୍ତି ତାହା ୨୦୦୭ ମସିହାରେ ଘଟିଥିଲା । ସେତେବେଳେ ଖବର ଆସିଥିଲା ଯେ ଶୋଏବ ଅଖତର ଡ୍ରେସିଂ ରୁମ୍‌ରେ ସାଥୀ ଖେଳାଳି ମହମ୍ମଦ ଆସିଫଙ୍କୁ ବ୍ୟାଟ୍‌ରେ ଆକ୍ରମଣ କରିଥିଲେ। ଦକ୍ଷିଣ ଆଫ୍ରିକାରେ ୨୦୦୭ ଆଇସିସି ଟି -୨୦ ବିଶ୍ୱକପ୍‌ ସମୟରେ ଏହି ଘଟଣା ଘଟିଥିଲା।
ସୂଚନାଯୋଗ୍ୟ,ଆଫ୍ରିଦି ସାକ୍ଷାତକାରରେ କହିଛନ୍ତି, ମୁଁ ଶୋଏବ ଅଖତରଙ୍କୁ ସେଦିନ ପ୍ରବଳ ରାଗିଥିବାର ଦେଖିଥିଲି। ଆସିଫ ଥଟ୍ଟା କରି ମୋତେ ସମର୍ଥନ କଲେ, ଯାହା ଦେଖି ଶୋଏବ ରାଗିଯାଇଥିଲେ। କିଛି ଲୋକ ଅଛନ୍ତି ଯେଉଁମାନେ ପରସ୍ପର ସହିତ ଥଟ୍ଟା କରିପାରିବେ ଏବଂ କିଛି ଲୋକ କରିପାରିବେ ନାହିଁ । ଆଫ୍ରିଦି କହିଛନ୍ତି, ଶୋଏବ ଅଖତର ହୃଦୟରେ ବହୁତ ଭଲ। ସମସ୍ତ ଆକ୍ରୋଶ ଦେଖାଇବା ସତ୍ତ୍ୱେ ସେ ଜଣେ ଚମତ୍କାର ବ୍ୟକ୍ତି। ଦ୍ରୁତ ବୋଲରଙ୍କ ପାଇଁ ଏହା ସ୍ବାଭାବିକ । ଅଖତର ତାଙ୍କ ଆତ୍ମଜୀବନୀରେ ଏହି ଘଟଣା ବିଷୟରେ ମଧ୍ୟ ଖୁଲାସା କହିଥିଲେ।

Share