Categories: ଖେଳ

ଆର ସପ୍ତାହରେ ସେଫିଫାଇନାଲରୁ ଭାରତ ଫେରିବ: ଶୋଏବ

ଲାହୋର,୨୮।୧୦: ଟି୨୦ ବିଶ୍ୱକପ୍‌ର ସୁପର-୧୨ଚରଣରେ ପାକିସ୍ତାନ ଟିମ୍‌ ଲଗାତାର ଖରାପ ପ୍ରଦର୍ଶନ କରୁଛି। ଗୁରୁବାର ଦଳ ଦ୍ୱିତୀୟ ମ୍ୟାଚ୍‌ରେ ଜିମ୍ବାଓ୍ବେଠାରୁ ୧ ରନ୍‌ରେ ପରାଜିତ ହୋଇଛି। ଏହାକୁ ନେଇ ପାକିସ୍ତାନ କ୍ରିକେଟଜଗତରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି। ଏହି କ୍ରମରେ ପୂର୍ବ ପାକିସ୍ତାନ କ୍ରିକେଟର ଶୋଏବ ଅଖତର ଭାରତୀୟ କ୍ରିକେଟ ଟିମ୍‌ ଉପରେ ବର୍ଷିଛନ୍ତି।

ପାକିସ୍ତାନର ପରାଜୟ ପରେ ଶୋଏବ ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ମୁଁ ପୂର୍ବରୁ କହିଥିଲି ଯେ ପାକିସ୍ତାନ ଏହି ସପ୍ତାହରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବ। ହେଲେ ଭାରତୀୟ କ୍ରିକେଟ ଟିମ୍‌ ଆସନ୍ତା ସପ୍ତାହରେ ସେମିଫାଇନାଲରୁ ପରାଜିତ ହୋଇ ଫେରି ଆସିବ। ସେମାନେ ‘ତିସ୍‌ ମାର୍‌ ଖାଁ’ ନୁହନ୍ତି।

କହିରଖୁଛୁ, ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଗ୍ରୁପ-୨ରେ ଶୀର୍ଷରେ ରହିଛି। ପ୍ରଥମେ ପାକିସ୍ତାନ ଏବଂ ପରେ ନେଦରଲ୍ୟାଣ୍ଡ୍ସକୁ ଦଳ ପରାଜିତ କରି ୪ ପଏଣ୍ଟ ପାଇଛି। ଅପରପକ୍ଷେ ପାକିସ୍ତାନ ଏଯାବତ ଖେଳିଥିବା ଦୁଇଟିଯାକ ମ୍ୟାଚ୍‌ରେ ପରାଜିତ ହୋଇଛି।

Share