Posted inଖେଳ

ବହୁତ ଯନ୍ତ୍ରଣା ହେଉଛି, ଆପଣମାନଙ୍କ ଆଶୀର୍ବାଦ ଲୋଡ଼ା: ଅଖ୍‌ତର

ନୂଆଦିଲ୍ଲୀ,୯।୮: ପାକିସ୍ତାନର ପୂର୍ବତନ ମହାନ ଦ୍ରୁତ ବୋଲର୍‌ ଶୋଏବ ଅଖତର୍‌ ଏବେ ହସ୍ପିଟାଲ୍‌ରେ। ତାଙ୍କ ଆଣ୍ଠୁର ସର୍ଜରୀ କରାଯାଇଛି। ଦୀର୍ଘଦିନଧରି ଆଣ୍ଠୁରେ ସମସ୍ୟା ଲାଗି ରହିଥିବା ବେଳେ ସେ ଏକାଧିକ ଥର ସର୍ଜରୀ କରାଇଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ଛଅ ଥର ପାଇଁ ସେ ସର୍ଜରୀ କରାଇଛନ୍ତି। ଏହାପରେ ସେ ଏକ ଭାବବିହ୍ବଳ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଭିଡିଓ ଶେୟାର କରି ଅଖ୍‌ତର କହିଛନ୍ତି, ସର୍ଜରୀ ରୁମ୍‌ରୁ ବାହାରିଛି। ପାଞ୍ଚରୁ ଛଅ ଘଣ୍ଟା ଧରି ଉଭୟ ଆଣ୍ଠୁର ସର୍ଜରୀ କରାଯାଇଥିଲା। ବହୁତ କଷ୍ଟ ଲାଗୁଛି। ହେଲେ ଆପଣମାନଙ୍କ ଆଶୀର୍ବାଦ ଦରକାର। ଆଶା କରୁଛି ଏହା ମୋର ଶେଷ ସର୍ଜରୀ ହେବ। ଅବସରର ୧୧ ବର୍ଷ ପରେ ବି ବହୁତ କଷ୍ଟରେ ଅଛି। ମୁଁ ଆଉ ଚାରି ପାଞ୍ଚ ବର୍ଷ କ୍ରିକେଟ ଖେଳି ପାରିଥାନ୍ତି। ହେଲେ ମୁଁ ଖେଳିଥିଲେ ଆଉ ଚାଲି ପାରି ନ ଥାନ୍ତି। ହୁଇଲ୍‌ଚେୟାରରେ ଆଶ୍ରା ଖୋଜିଥାନ୍ତି। ଏହି କାରଣରୁ କ୍ରିକେଟରୁ ସନ୍ୟାସ ନେଇଗଲି। ଦ୍ରୁତ ବୋଲର ହୋଇଥିବାରୁ ଏଭଳି ହୋଇଥାଏ। ଆପଣଙ୍କୁ ହାଡ ହରାଇବାକୁ ପଡେ। ହେଲେ କିଛି କଥା ନାହିଁ। ମୋତେ ପାକିସ୍ତାନ ପାଇଁ ପୁଣି ଥରେ ସେଭଳି କରିବାକୁ ପଡ଼ିଲେ କରିବି ବୋଲି ସେ କହିଛନ୍ତି।

କହିରଖୁଛୁ, ଦ୍ରୁତ ବୋଲିଂ ପାଇଁ ଜଣାଶୁଣା ଅଖ୍‌ତର ୧୯୯୭ରେ କ୍ୟାରିୟର ଆରମ୍ଭ କରିଥିବା ବେଳେ ଶେଷ ଅନ୍ତର୍ଜାତୀୟ ମୁକାବିଲା ୨୦୧୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ସେ ମୋଟ ୪୬ ଟେଷ୍ଟ, ୧୬୩ ଦିନିକିଆ ଏବଂ ୧୫ ଟି୨୦ ମୁକାବିଲା ଖେଳିଛନ୍ତି। ଏଥିରେ ସେ ମୋଟ ୪୪୪ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri