Categories: ଖେଳ

ମୁଁ ଅନୁଷ୍କାଙ୍କୁ କହିଥିଲି, କୋହଲି ଅଧିନାୟକ ହୋଇ ଭୁଲ କରୁଛନ୍ତି: ଶୋଏବ ଅଖତର

ନୂଆଦିଲ୍ଲୀ,୨୫।୭: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। କୋହଲି ଦଳର ଦ୍ରୁତ ବୋଲରଙ୍କ ମଧ୍ୟରେ ଆକ୍ରୋଶ ଭାବନା ସୃଷ୍ଟି କରିଛନ୍ତି। କୋହଲି ଭାରତୀୟ କ୍ରିକେଟର ମାନସିକତାକୁ ପରିବର୍ତ୍ତନ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦଳରର ଦ୍ରୁତ ବୋଲିଂ ଆକ୍ରମଣରେ ବହୁତ ଉନ୍ନତି ହୋଇଛି ବୋଲି ସ୍ପୋଟ୍ସକିଡାକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି।

ଅଖତର କହିଛନ୍ତି, ମୁଁ ଭାବୁଛି କୋହଲି ଅଧିନାୟକ ଭାବେ ଏକ ଚମତ୍କାର ଭୂମିକା ଗ୍ରହଣ କରିଛନ୍ତି। ଏକଦା ଅନୁଷ୍କା ଶର୍ମାଙ୍କୁ ମୁଁ କହିଥିଲି- କୋହଲି ଅଧିନାୟକ ହୋଇ ଭୁଲ କରୁଛନ୍ତି। କାରଣ ମୁଁ ଜାଣିଥିଲି ତାଙ୍କ ଉପରେ ପ୍ରବଳ ଚାପ ରହିବ ଏବଂ ଏହା ତାଙ୍କ ଖେଳକୁ ପ୍ରଭାବିତ କରିବ। ଭାରତର ଲୋକସଂଖ୍ୟା ଅଧିକ। ସେଠାକାର ୨୦୦୦୦ ଟେଲିଭିଜନ ସେଟ୍‌ ଏବଂ ଚ୍ୟାନେଲ ତାଙ୍କ ସମାଲୋଚନା କରିବାକୁ ଯଥେଷ୍ଟ। ସେତେବେଳେ ମୋତେ ଲାଗିଥିଲା ଯେ, ସେ ଜଣେ ଯୁବ କ୍ରିକେଟର। ତାଙ୍କୁ ରନ୍‌ ସ୍କୋର କରିବାକୁ ଦିଆଯାଉ। ନିଜ ଖେଳ ଖେଳିବାକୁ ଦିଆଯାଉ। ଏବେ ଏହି ଭାବନା ଭୁଲ ପ୍ରମାଣିତ ହୋଇଥିବାରୁ ମୁଁ ଖୁସି। କୋହଲି ଅଧିନାୟକ ଭାବେ ଚ୍ୟାଲେଞ୍ଜ ନେଇଛନ୍ତି। ସେ ପଡ଼ିଆରେ ପ୍ରକୃତ ବିରାଟ ନ ଥାନ୍ତି। ସେ ଈଶାନ୍ତ ଶର୍ମା, ଭୁବନେଶ୍ୱର କୁମାର କିମ୍ବା ମହମ୍ମଦ ଶାମୀଙ୍କ ରୂପରେ ପଡ଼ିଆରେ ଦୌଡ଼ନ୍ତି ବୋଲି ସେ କହିଛନ୍ତି।

Share