Categories: ଖେଳ

କୋହଲିଙ୍କୁ କାହିଁକି ଏତେ ପ୍ରଶଂସା କରନ୍ତି ପାକିସ୍ତାନ ବୋଲର ଶୋଏବ ଅଖତର: ନିଜେ କଲେ ଖୁଲାସା

ଇସଲାମାବାଦ୍‌,୫।୩: ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଖୋଲାଖୋଲି ପ୍ରଶଂସା କରନ୍ତି। ଯେତେବେଳେ ବିରାଟ କୋହଲି ବହୁତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ, ସେତେବେଳେ ଶୋଏବ ଅଖତର ତାଙ୍କୁ ସମର୍ଥନ କରି କହିଥିଲେ, କୋହଲି ଖୁବ ଶୀଘ୍ର ତାଙ୍କ ପୁରୁଣା ଶୈଳୀରେ ନଜର ଆସିବେ। କୋହଲିଙ୍କୁ କାହିଁକି ଏତେ ପ୍ରଶଂସା କରୁଛନ୍ତି ବୋଲି ପାକିସ୍ତାନ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରନ୍ତି। ନିକଟରେ ଏହାର କଡ଼ା ଜବାବ ଅଖତର ଦେଇଛନ୍ତି।
ବର୍ତ୍ତମାନର ବିଶ୍ୱ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ କୋହଲି ଅନ୍ୟତମ। କୋହଲି ଅନେକ ଅନ୍ତର୍ଜାତୀୟ ରେକର୍ଡ କରିସାରିଛନ୍ତି, ଯାହା ଭାଙ୍ଗିବା କୌଣସି ଖେଳାଳିଙ୍କ ପାଇଁ ସହଜ କାମ ନୁହେଁ। ତେବେ ଏସବୁ ସତ୍ତ୍ୱେ କୋହଲିଙ୍କୁ ତାଙ୍କ କ୍ୟାରିୟରରେ ଏଭଳି ଖରାପ ପର୍ଯ୍ୟାୟ ଦେଖିବାକୁ ମିଳିଥିଲା, ଯେଉଁଠାରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା।
ସେତେବେଳେ ଅଖତର ତାଙ୍କ ସପକ୍ଷରେ ମତ ଦେଇଥିଲେ। କିନ୍ତୁ ପାକିସ୍ତାନରେ କୋହଲିଙ୍କୁ ପ୍ରଶଂସା କରିବାକୁ ନେଇ ତାଙ୍କୁ ସମାଲୋଚନା କରିଥିଲେ।
ଏବେ ଏହାର ଜବାବ ଦେଇ ଅଖତର କହିଛନ୍ତି, ସଚିନ ତେନ୍ଦୁଲକର ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, କିନ୍ତୁ ଅଧିନାୟକ ଭାବରେ ସେ ସଫଳ ନ ଥିଲେ। ଫଳରେ ସେ ନିଜେ ଅଧିନାୟକତ୍ୱ ଛାଡିଥିଲେ। କିନ୍ତୁ କୋହଲି ସବୁଥିରେ ପାରଙ୍ଗମ। ସେ ନିଜ ମନକୁ ଶାନ୍ତ କରି ଖେଳିଲେ, ସେ ପୁଣି ପୁରୁଣା ଅନ୍ଦାଜ୍‌କୁ ଫେରିପାରିବେ। କୋହଲିଙ୍କ ପ୍ରାୟ ୪୦ଟି ଶତକ ଟାର୍ଗେଟ୍‌ ପିଛା କରି ଆସିଛି। ଏକ ସମୟ ଥିଲା ଯେତେବେଳେ ବିରାଟଙ୍କ ଶତକ ଯୋଗୁ ଭାରତ ଜିତୁଥିଲା ତେଣୁ ଏପରି ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ଙ୍କୁ ପ୍ରଶଂସା କରିବା ସ୍ବାଭାବିକ।

Share