Posted inଜାତୀୟ

ଶିବଶକ୍ତି-ଭୀମଶକ୍ତି ମିଳିତ: ଆମ୍ବେଡ଼କରଙ୍କ ନାତିଙ୍କ ଦଳ ସହ ମେଣ୍ଟ କଲେ ଉଦ୍ଧବ…

ମୁମ୍ବାଇ,୨୩।୧ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ଭୀମରାଓ ଆମ୍ବେଡ଼ରକଙ୍କ ନାତି ପ୍ରକାଶ ଆମ୍ବେଡକରଙ୍କ ବଞ୍ଚିତ ବହୁଜନ ଅଘାଡି (ଭିବିଏ) ସହିତ ଏକ ମେଣ୍ଟ ଘୋଷଣା କରିଛନ୍ତି। ଆସନ୍ତା ବିଏମସି ନିର୍ବାଚନକୁ ଦୃଷ୍ଟିରେ ରଖି ଶିବଶକ୍ତି-ଭୀମଶକ୍ତି ମିଳିତ ହୋଇ ଏହି ଘୋଷଣା କରିଛନ୍ତି ବୋଲି କୁହାଯାଉଛି। ଗତ ବର୍ଷ ଶିବସେନା ବିଭାଜନ ପରେ ଏହା ହେଉଛି ପ୍ରଥମ ପ୍ରମୁଖ ନିର୍ବାଚନ। ଏହି ଅବସରରେ ପ୍ରକାଶ ଆମ୍ବେଡକର କହିଛନ୍ତି ଯେ କଂଗ୍ରେସ ଏପର୍ଯ୍ୟନ୍ତ ମିଳିତ ମଞ୍ଚରେ ଯୋଗ ଦେଇ ନାହିଁ, କିନ୍ତୁ ଆଶା କରୁଛି ଯେ ଶରଦ ପାୱାରଙ୍କ ଏନସିପି ମଧ୍ୟ ଆସିବ।

ଶିବସେନାର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଏବଂ ପ୍ରକାଶ ଆମ୍ବେଡକରଙ୍କ ବଞ୍ଚିତ ବହୁଜନ ଅଘାଡି ମେଣ୍ଟ ପାଇଁ ଦୀର୍ଘ ଦିନ ଧରି ଆଲୋଚନା କରିଆସୁଥିଲେ।

ଶିବସେନାର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଏବଂ ପ୍ରକାଶ ଆମ୍ବେଡକରଙ୍କ ବଞ୍ଚିତ ବହୁଜନ ଅଘାଡି ମେଣ୍ଟ ପାଇଁ ଦୀର୍ଘ ଦିନ ଧରି ଆଲୋଚନା କରିଆସୁଥିଲେ। ବାସ୍ତବରେ ପ୍ରକାଶ ଆମ୍ବେଡକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଦଳ ଏବଂ ଭାରତୀୟ ଜନତା ପାର୍ଟି ସହ ହାତ ମିଳାଇବାକୁ ମନା କରିଦେଇଥିଲେ। ସେବେଠାରୁ ଆଶା କରାଯାଉଥିଲା ଯେ ପ୍ରକାଶ ଉଦ୍ଧବ ଠାକରେଙ୍କ ସହ ଯିବେ।

ମିଳିତ ମଞ୍ଚ ଘୋଷଣା କରି ଉଦ୍ଧବ ଠାକରେ କହିଛନ୍ତି, ଆଜି ଜାନୁୟାରୀ ୨୩ ହେଉଛି ବାଲାସାହେବ ଠାକରେଙ୍କ ଜନ୍ମ ବାର୍ଷିକୀ। ମୁଁ ସନ୍ତୁଷ୍ଟ ଏବଂ ଖୁସି ଯେ ମହାରାଷ୍ଟ୍ରର ଅନେକ ଲୋକ ଆମକୁ ଏକାଠି ହେବାକୁ ଚାହୁଁଛନ୍ତି। ପ୍ରକାଶ ଆମ୍ବେଡକର ଏବଂ ମୁଁ ଆଜି ଏକ ମିଳିତ ମଞ୍ଚ ଗଠନ କରିବାକୁ ଆସିଛୁ। ମୋର ଜେଜେବାପା ଏବଂ ପ୍ରକାଶ ଆମ୍ବେଡକରଙ୍କ ଜେଜେବାପା ସହକର୍ମୀ ଥିଲେ ଏବଂ ସେମାନେ ସେହି ସମୟରେ ସାମାଜିକ ପ୍ରସଙ୍ଗ ବିରୁଦ୍ଧରେ ଲଢ଼ିଥିଲେ। ଠାକରେ ଏବଂ ଆମ୍ବେଡକରଙ୍କ ଇତିହାସ ରହିଛି। ବର୍ତ୍ତମାନ ସେମାନଙ୍କର ଭବିଷ୍ୟତ ପିଢ଼ି ଦେଶର ସାମ୍ପ୍ରତିକ ପ୍ରସଙ୍ଗ ପାଇଁ ଲଢ଼ବିାକୁ ଆସିଛନ୍ତି।

ପ୍ରକାଶ ଆମ୍ବେଦକର କହିଛନ୍ତି ଯେ ଏହି ମିଳିତ ମଞ୍ଚ ଦ୍ୱାରା ଦେଶରେ ଏକ ନୂତନ ରାଜନୀତିର ଆରମ୍ଭ ମାତ୍ର। ସେ କହିଛନ୍ତି, ଆମେ ସାମାଜିକ ପ୍ରସଙ୍ଗରେ ବିରୋଧର ଆୟୋଜନ କରିଛୁ। ଆମେ ସାମାଜିକ ପ୍ରସଙ୍ଗରେ ଜିତିବା ଭୋଟରଙ୍କ ହାତରେ, କିନ୍ତୁ ନିର୍ବାଚନ ଲଢ଼ିବା ପାଇଁ ଉପଯୁକ୍ତ ଲୋକଙ୍କୁ ସିଟ ଦେବା ରାଜନୈତିକ ଦଳଙ୍କ ହାତରେ।


Enter your email to get our daily news in your inbox.

All Right Reserved By Dharitri.Com

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri