Categories: ଜାତୀୟ

ସାମନାରେ ଶିବସେନାର ଆକ୍ରମଣ, ରାଜ ଠାକରେଙ୍କ ଏମଏନଏସକୁ କହିଲା ଭାଜପାର ଅନ୍ତବସ୍ତ୍ର

ମୁମ୍ବାଇ,୩ ।୫: ଶିବସେନା ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ଟାର୍ଗେଟ କରିଛି । ଏମଏନଏସକୁ ନେଇ ଶିବସେନା ଏକ ବିବାଦୀୟ ଟିପ୍ପଣି ଦେଇଛି । ସାମନାରେ ଶିବସେନା ଏମଏନଏସର ନାମ ନ ନେଇ ଏହାକୁ ଅନ୍ତବସ୍ତ୍ର କହି ସମ୍ବୋଧନ କରିଛି । ସମ୍ପାଦକୀୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ବି ଟାର୍ଗେଟ କରାଯାଇଛି । ସାମନାରେ ଲେଖାଯାଇଛି କି ମହାରାଷ୍ଟ୍ର ଦିବସରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଏହାର ଅନ୍ତବସ୍ତ୍ର ପାର୍ଟି ସଭାର ଆୟୋଜନ କରିଥିଲେ ।
ଭାଜପାର ବୁଷ୍ଟର ଡୋଜ ସଭାରେ ଦେବେନ୍ଦ୍ର ଫଡନବିଶ ଶିବସେନାକୁ ଟାର୍ଗେଟ କରିଥିବା ବେଳେ ସଂଭାଜି ନଗରରେ ଏହାର ଅନ୍ତବସ୍ତ୍ର ଶରଦ ପାୱାରଙ୍କୁ ଟାର୍ଗେଟ କରିଛି । ଏସବୁ ଯୋଜନାବଦ୍ଧ ଭାବେ କରାଯାଉଛି । ଅନ୍ତବସ୍ତ୍ରକୁ ବୁଷ୍ଟର ଡୋଜ ଦେବାର କାମ ମୁମ୍ବାଇରୁ ହିଁ କରାଯାଉଛି ।
ଫଡନବିଶ ବୁଷ୍ଟର ଡୋଜ ସଭାରେ ଦାବି କରିଥିଲେ କି ବାବରି ଢାଞ୍ଚା ଭାଙ୍ଗିବା ବେଳେ ସେ ସେଠାରେ ଉପସ୍ଥିତ ଥିଲେ । ହେଲେ ସିବିଆଇ ଚାର୍ଜସିଟରେ କାହିଁ ଫଡନବିଶଙ୍କ ନାମ ନାହିଁ ବୋଲି ଶିବସେନା ପ୍ରଶ୍ନ କରିଛି । ତେବେ ଫଡନବିଶ କଣ ‘ମିଷ୍ଟର ଇଣ୍ଡିଆ’ ହୋଇ ବାବରି ଢାଞ୍ଚାକୁ ହାତୁଡି ମାରିବାକୁ ଯାଇଥିଲେ । ଏହାର ଯାଞ୍ଚ ଗୁପ୍ତ ଭାବେ ନୂଆ ଭାବେ କରିବା ଦରକାର ।
ସୂଚନଯୋଗ୍ୟ, ଲାଉଡ ସ୍ପିକର ବିବାଦକୁ ନେଇ ରାଜ ଠାକରେ ଓ ଶିବସେନା ମଧ୍ୟରେ ତୁତୁମେମେ ଜାରି ରହିଛି । ରାଜ ଠାକରେ ମେ’ ୧ରେ ଔରଙ୍ଗାବାଦରେ ରାଲିକୁ ସମ୍ବୋଧନ କରିବା ଅବସରରେ ୩ ମେ’ ମଧ୍ୟରେ ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ପ୍ରଶାସନ ଓ ପୋଲିସକୁ ସମୟ ସୀମା ଦେଇଥିଲେ ।

Share