Categories: ଜାତୀୟ

ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ତୁଳସୀରାମ-ଗୋବିନ୍ଦ ହେଲେ କ୍ୟାବିନେଟ୍‌ ମନ୍ତ୍ରୀ

ଭୋପାଳ,୩।୧: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀରାମ ସିଲାଓ୍ବଟ ଏବଂ ଗୋବିନ୍ଦ ସିଂ ରାଜପୁତଙ୍କୁ ନୂଆ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସାମିଲ କରାଯାଇଛି। ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏହାକୁ ମିଶାଇ ତୃତୀୟ ଥର ପାଇଁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ତୁଳସୀ ଏବଂ ଗୋବିନ୍ଦ ପୂର୍ବରୁ ମଧ୍ୟ ଶିବରାଜଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ରହିଥିଲେ। ୨୦୨୦ ଏପ୍ରିଲ୍‌ ୨୧ରେ ଦୁହେଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ତେବେ ସେତେବେଳେ ସେମାନେ ବିଧାୟକ ନ ଥିଲେ। ଉପନିର୍ବାଚନ ଲଢ଼ିବା ପାଇଁ ସେମାନେ ୨୦୨୦ ନଭେମ୍ବର ୨୮ରେ ଇସ୍ତଫା ଦେଇଥିଲେ। ଏବେ ସେମାନେ ବିଜୟୀ ହେବା ପରେ ପୁଣି କ୍ୟାବିନେଟ୍‌ରେ ସାମିଲ୍‌ ହୋଇଛନ୍ତି।

Share