ଶିବରାଜ ସିଂହଙ୍କ ତୃତୀୟ ରିପୋର୍ଟ ବି ପଜିଟିଭ୍‌

ଭୋପାଳ,୪।୮: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଆସିଥିବା ତୃତୀୟ କରୋନା ରିପୋର୍ଟ ବି ପିଜିଟିଭ୍‌ ରହିଛି। ଫଳରେ ଚିକିତ୍ସା ପାଇଁ ଆଉ କିଛି ଦିନ ଶିବରାଜଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିବା ସତ୍ତ୍ୱେ ମଧ୍ୟ ତାଙ୍କର ତୃତୀୟ ରିପୋର୍ଟ ପଜିଟିଭ୍‌ ଆସିଛି। ଫଳରେ ସେ ଏବେ ହସ୍ପିଟାଲରେ ରହିବେ ବୋଲି ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଙ୍ଗଳବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୫ରେ ମୁଖ୍ୟମନ୍ତ୍ରୀ ଶିବାରାଜ କରୋନାରେ ପୀଡ଼ିତ ହୋଇଥିଲେ। ଏହାପରେ ତାଙ୍କୁ କୋଭିଡ ସେଣ୍ଟର ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share