Categories: ଜାତୀୟ

ଚାଇନା-ପାକିସ୍ତାନର ଗୁପ୍ତଚର ହେଉଛି ଗୁପକାର ସଙ୍ଗଠନ: ଶିବରାଜ

ଭୋପାଳ,୨୦ ।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର କହିଛନ୍ତି ଜମ୍ମୁ-କଶ୍ମୀରରେ ଗଠନ ହୋଇଥିବା ‘ଗୁପକାର ସଙ୍ଗଠନ’ ଅସଲରେ ହେଉଛି ଏକ ଗୁପ୍ତଚର ସଙ୍ଗଠନ । ଯାହାର ଲୋକେ ପାକିସ୍ତାନ ଓ ଚାଇନା ପାଇଁ ଗୁଇନ୍ଦାଗିରି କରୁଛନ୍ତି । ଆଉ ସେ ଅଭିଯୋଗ କରିଛନ୍ତି କି କଂଗ୍ରେସ ଏହି ଗୁପକାର ସଙ୍ଗଠନ ସହ ଠିଆ ହୋଇଛି । ଏହାସହ ଗୁପକାର ସଙ୍ଗଠନର ନେତାମାନେ ୨୫ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ଜମ୍ମୁ-କଶ୍ମୀରରୁ ଠକି ନେଇଯାଇଛନ୍ତି । ନ୍ୟାଶନାଲ କନଫରେନ୍ସ ହେଉ ଅବା ପିଡିପି(ପିପୁଲ୍ସ ଡେମୋକ୍ରାଟିକ ପାର୍ଟି)ଏମାନେ ତ ଚାଇନା ଓ ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଛନ୍ତି । ଏମାନଙ୍କ ସନ୍ତାନ ବିଦେଶରେ ପାଠ ପଢୁଥିବା ବେଳେ କଶ୍ମୀର ପିଲାଙ୍କ ହାତରେ ଏମାନେ ପଥର ଧରାଇ ଦେଉଛନ୍ତି । ଏମାନେ ହିଁ ଜମ୍ମୁ-କଶ୍ମୀରକୁ ଅନ୍ଧାରକୁ ଠେଲି ଦେଇଛନ୍ତି । ଏବେ ସମସ୍ତେ ଏକାଠି ହୋଇ ଦେଶଦ୍ରୋହର କଥା କହୁଛନ୍ତି ଆଉ କଂଗ୍ରେସ ବି ଏମାନଙ୍କ ସହ ସାଲିସ ହୋଇଛି ।

Share