Categories: ଜାତୀୟ

ମାସ୍କ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୨୩ ।୧୧: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ଏହାକୁ ଦେଖି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ଭୋପାଳରେ ମାସ୍କ ବାଣ୍ଟିଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ମାସ୍କ ବଣ୍ଟନ କରି ସେ କରୋନା ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇଛି । ଗୋଟିଏ ପଟେ ଶୀତଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ଅନ୍ୟପଟେ ଦେଶରେ ଏବେ ଚାଲିଛି ଅନ୍‌ଲକ୍ । ତେଣୁ ସାଧାରଣ ଲୋକେ ଭାବୁଛନ୍ତି ବୋଧହୁଏ କରୋନା ମହାମାରୀ ଆଉ ନାହିଁ । ତେଣୁ ଅଧିକାଂଶ ଲୋକେ ମାସ୍କ ପିନ୍ଧିବା ଛାଡିଦେବା ସହ ସାମାଜିକ ଦୂରତା କଥା ମଧ୍ୟ ଭୁଲି ଗଲେଣି । ଏହାଫଳରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦେଖି କିଛି ରାଜ୍ୟ ପୁଣିଥରେ ଲକ୍‌ଡାଉନ ଚେତାବନୀ ଦେବାସହ କିଛି ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ବି ହୋଇ ଗଲାଣି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଏହି ପଦକ୍ଷେପ ଖୁବ ସ୍ୱାଗତଯୋଗ୍ୟ ।

Share