ଏବେ ନେବି ନାହିଁ କରୋନା ଟିକା: ଶିବରାଜ

ଭୋପାଳ,୪ ।୧: ଦେଶକୁ କରୋନା ମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି । ଇତିମଧ୍ୟରେ ରବିବାର ୨ଟି ଭ୍ୟାକ୍ସିନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଭ୍ୟାକ୍ସିନକୁ ନେଇ ପ୍ରଥମେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ ତାଙ୍କର ଏହି ଟିକା ଉପରେ ଭସରା ନାହିଁ ତେଣୁ ସେ ଏହି ଟିକା ନେବେ ନାହିଁ କାରଣ ଏହା ଭାରତୀୟ ଜନତା ପାର୍ଟି(ଭଜପା)ର । ଅନ୍ୟପଟେ ଜନଅଧିକାର ପାର୍ଟିର ପପୁ ଯାଦବ ଓ କଂଗ୍ରେସ ଏମ୍‌ପି ଶଶି ଥରୁର ମଧ୍ୟ କରୋନା ଭ୍ୟାକ୍ସିନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଜଣେ କଂଗ୍ରେସ ନେତା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଏହି ଟିକା ନେଇ ଲୋକଙ୍କ ମନରେ ବିଶ୍ୱାସ ଜାତ କରନ୍ତୁ । ଆଉ ଏହାରି ଭିତାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ସେ ଏବେ କରୋନା ଟିକା ନେବେ ନାହିଁ । ପ୍ରାଥମିକ ଭାବେ ଯେଉଁମାନଙ୍କୁ ଏହା ଆବଶ୍ୟକ ସେମାନେ ନେବା ପରେ ଯାଇ ମୋ ନମ୍ବର ଆସିବ ବୋଲି ଶିବରାଜ କହିଛନ୍ତି ।

Share