Categories: ଜାତୀୟ

ବିବାଦୀୟ ମନ୍ତବ୍ୟକୁ ନେଇ ସଫେଇ ଦେଲେ ଶିବରାଜ

ନୂଆଦିଲ୍ଲୀ,୨୧।୧୦: ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାଜ ପାଟିଲ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ଶୁକ୍ରବାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଯଦି ଆପଣ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରନ୍ତି ତେବେ ଏହା ଜିହାଦ ଅଟେ। କିନ୍ତୁ ଆପଣ କୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଶିକ୍ଷାକୁ ଜିହାଦ ବୋଲି କହିପାରିବେ ନାହିଁ। ତାହା ହିଁ ମୁଁ କହିଥିଲି।
ସୂଚନାଯୋଗ୍ୟ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୋଶିନା କିଡୱାଇଙ୍କ ଆତ୍ମଜୀବନୀ ଉନ୍ମୋଚନ ସମାରୋହରେ ଯୋଗଦେଇ ଶିବରାଜ ପାଟିଲ କହିଥିଲେ, କେବଳ ଇସଲାମ ଧର୍ମରେ ଜିହାଦ ବିଷୟରେ ଅନେକ ଆଲୋଚନା ହୁଏ। କିନ୍ତୁ ସବୁ କଥା ବୁଝାଇବା ପରେ ଯଦି ଜଣେ କିଛି ନ ବୁଝି ଅସ୍ତ୍ର ଧରି ଆସେ, ତେବେ ଆପଣ ଛତ୍ରଭଙ୍ଗ ଦେଇ ପଳାୟନ କରିପାରିବେ ନାହିଁ। ଏହାକୁ ଆପଣ ଜିହାଦ କହି ପାରିବେ ନାହିଁ କି, ଭୁଲ ମଧ୍ୟ କହି ପାରିବେ ନାହିଁ। ଏହାକୁ ଭଲ ଭାବେ ବୁଝିବା ଉଚିତ। ଏକଥା କୋରାନ ଓ ଗୀତାରେ ଉଲ୍ଲେଖ କରାଯାଇଛି। ମହାଭାରତରେ ଗୀତାରେ ପ୍ରଭୁ ଶୀକୃଷ୍ଣ ଅର୍ଜୁନଙ୍କୁ ଏହି ଶିକ୍ଷା ଦେଇଛନ୍ତି। ସମାନ କଥା ଖ୍ରୀଷ୍ଟ ଧର୍ମରେ ମଧ୍ୟ ରହିଛି। ପାଟିଲଙ୍କ ଏହି ମନ୍ତବ୍ୟକୁ ନେଇ ଭାଜପା କଂଗ୍ରେସକୁ ସମାଲୋଚନା କରିଛି।

Share