Advertisement
Posted inଜାତୀୟ

ବିବାଦୀୟ ମନ୍ତବ୍ୟକୁ ନେଇ ସଫେଇ ଦେଲେ ଶିବରାଜ

ନୂଆଦିଲ୍ଲୀ,୨୧।୧୦: ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାଜ ପାଟିଲ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ଶୁକ୍ରବାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଯଦି ଆପଣ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରନ୍ତି ତେବେ ଏହା ଜିହାଦ ଅଟେ। କିନ୍ତୁ ଆପଣ କୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଶିକ୍ଷାକୁ ଜିହାଦ ବୋଲି କହିପାରିବେ ନାହିଁ। ତାହା ହିଁ ମୁଁ କହିଥିଲି।
ସୂଚନାଯୋଗ୍ୟ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୋଶିନା କିଡୱାଇଙ୍କ ଆତ୍ମଜୀବନୀ ଉନ୍ମୋଚନ ସମାରୋହରେ ଯୋଗଦେଇ ଶିବରାଜ ପାଟିଲ କହିଥିଲେ, କେବଳ ଇସଲାମ ଧର୍ମରେ ଜିହାଦ ବିଷୟରେ ଅନେକ ଆଲୋଚନା ହୁଏ। କିନ୍ତୁ ସବୁ କଥା ବୁଝାଇବା ପରେ ଯଦି ଜଣେ କିଛି ନ ବୁଝି ଅସ୍ତ୍ର ଧରି ଆସେ, ତେବେ ଆପଣ ଛତ୍ରଭଙ୍ଗ ଦେଇ ପଳାୟନ କରିପାରିବେ ନାହିଁ। ଏହାକୁ ଆପଣ ଜିହାଦ କହି ପାରିବେ ନାହିଁ କି, ଭୁଲ ମଧ୍ୟ କହି ପାରିବେ ନାହିଁ। ଏହାକୁ ଭଲ ଭାବେ ବୁଝିବା ଉଚିତ। ଏକଥା କୋରାନ ଓ ଗୀତାରେ ଉଲ୍ଲେଖ କରାଯାଇଛି। ମହାଭାରତରେ ଗୀତାରେ ପ୍ରଭୁ ଶୀକୃଷ୍ଣ ଅର୍ଜୁନଙ୍କୁ ଏହି ଶିକ୍ଷା ଦେଇଛନ୍ତି। ସମାନ କଥା ଖ୍ରୀଷ୍ଟ ଧର୍ମରେ ମଧ୍ୟ ରହିଛି। ପାଟିଲଙ୍କ ଏହି ମନ୍ତବ୍ୟକୁ ନେଇ ଭାଜପା କଂଗ୍ରେସକୁ ସମାଲୋଚନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ କରିବାରୁ ଝିଅର ତଣ୍ଟିଚିପି ହତ୍ୟା କଲେ ପିତା, ଭାଇ

ପଟିଆଲା, ୧୭।୭: ଝିଅ ନିଜ ଇଚ୍ଛାରେ ବିବାହ କରିବାରୁ ପିତା ଏବଂ ଭାଇ ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ...

ଏଥର ୧୬ ଲକ୍ଷ ଦୀପରେ ଆଲୋକିତ ହେବ ଅଯୋଧ୍ୟା!

ନୂଆଦିଲ୍ଲୀ,୧୪।୯: ଭଗବାନ ରାମଙ୍କ ସହର ଅଯୋଧ୍ୟା ପୁଣିଥରେ ଦୀପାବଳିରେ ଲକ୍ଷ ଲକ୍ଷ ଦୀପ ଦ୍ୱାରା ଆଲୋକିତ ହେବ। ଚଳିତ ବର୍ଷ ଏହି ଦିନ ଅଯୋଧ୍ୟାର ସରୟୁ...

ବୈବାହିକ ବଳାତ୍କାର ମାମଲା ରାୟ ସଂରକ୍ଷିତ

ନୂଆଦିଲ୍ଳୀ: ୨୨।୨: ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା କରିବା ମାମଲାର ଶୁଣାଣି ସୋମବାର ଦିଲ୍ଳୀ ହାଇକୋର୍ଟରେ ହୋଇଥିବାବେଳେ ଏ ପ୍ରସଙ୍ଗର ରାୟ କୋର୍ଟ ସଂରକ୍ଷିତ ରଖିଛନ୍ତି।...

ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ମୋଦିଙ୍କ ଅପିଲ

ନୂଆଦିଲ୍ଲୀ,୧୦ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି । ଏଥିରେ ୧୧ ଜିଲାର ୫୮ ଆସନ...

ଦିଲ୍ଲୀରେ ଘନ ଧୂଆଁ ଚାଦର: ୩୨ ବିମାନର ଗତିପଥରେ ପରିବର୍ତ୍ତନ

ନୂଆଦିଲ୍ଲୀ,୩।୧୧: ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଘନ ଧୂଆଁ ଚାଦର ଯୋଗୁ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ରବିବାର ଦିଲ୍ଲୀ ଅଭିମୁଖେ ଆସୁଥିବା ୩୨ଟି...

୧୯୫୯ର ଏଲ୍‌ଏସିକୁ ଗ୍ରହଣ କରାଯିବନି

ନୂଆଦିଲ୍ଲୀ,୩୦।୯: ଏଲ୍‌ଏସିକୁ ନେଇ ଭାରତ-ଚାଇନା ମଧ୍ୟରେ ବିବାଦ ଗୁରୁତର ରୂପ ଧାରଣ କରିଥିବାବେଳେ ୧୯୫୯ର ଏକପାଖିଆ ସୀମା ନିର୍ଦ୍ଧାରଣକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି...

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ

ବେଙ୍ଗାଲୁରୁ,୨୦।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯାଇଛି। ଏଥିରେ ୧୭ ଜଣ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୨୬ ତାରିଖରେ...

ଜିଲାପାଳଙ୍କୁ ଦାଦାଗିରି ପଡିଲା ମହଙ୍ଗା

ଅଗରତାଲା,୩।୫: କୋଭିଡ ନିୟମକୁ ପାଳନ କରିବା ଆଳରେ ପଶ୍ଚିମ ତ୍ରିପୁରା ଜିଲାପାଳ ଦାଦାଗିରି କରିବା ତାଙ୍କୁ ମହଙ୍ଗା ପଡିଛି। ଜିଲାପାଳ ଶୈଳେଶ କୁମାର ଯାଦବ ବିବାହ...

Advertisement
Archives

Model This Week