Posted inଜାତୀୟ

ନଡ଼ିଆକୁ ନେଇ ଶିବରାଜ-କମଲ ବାକ୍‌ଯୁଦ୍ଧ

ଭୋପାଳ, ୧୧।୧୦: ନଭେମ୍ବର ୩ରେ ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ନଡ଼ିଆକୁ ନେଇ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି। ନିର୍ବାଚନ ପାଖେଇ ଆସିବାରୁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଭୋଟରଙ୍କୁ ହାତେଇବା ପାଇଁ ଉଦ୍ୟମ କରୁଥିବା କମଳନାଥ ଅଭିଯୋଗ କରିଛନ୍ତି। ଶିବରାଜ ଦୁଇ ପକେଟରେ ସବୁବେଳେ ଶିଳାନ୍ୟାସ ଲାଗି ନଡ଼ିଆ ଧରି ବୁଲୁଥିବା କମଳନାଥ କଟାକ୍ଷ କରିଛନ୍ତି। ଏହାର ଉତ୍ତରରେ ଶିବରାଜ କହିଛନ୍ତି ଯେ, ଆମେ ନଡ଼ିଆ ଧରି ବୁଲୁଛୁ ଏହା କୌଣସି ଅପରାଧ ନୁହେଁ। କିନ୍ତୁ ଆମେ ଶାମ୍ପେନ୍‌ ବୋତଲ ଧରି ତ ବୁଲୁ ନାହୁଁ ବୋଲି ଶିବରାଜ ପାଲଟା ଜବାବ ଦେଇଛନ୍ତି। ଏହାର ଉତ୍ତରରେ କମଳନାଥ କହିଛନ୍ତି ଯେ, ୧୫ ଶାସନରେ ଶିବରାଜ ଯଦି ନଡ଼ିଆ ଧରି ଚାଲିଥାନ୍ତେ ତେବେ ତାହା ଭଲ ହୋଇଥାନ୍ତା। ମାତ୍ର ସେ କେବଳ ନିର୍ବାଚନ ସମୟରେ ଏଭଳି କରୁଛନ୍ତି। ଏହାଦ୍ୱାରା ସାଧାରଣ ଜନତାଙ୍କୁ ଭ୍ରମିତ କରିବାର ପ୍ରୟାସ କରାଯାଉଥିବା କମଳନାଥ କହିଛନ୍ତି। ଏବେ ଏହି ନଡ଼ିଆ ବାକ୍‌ଯୁଦ୍ଧ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଦାଲତ ଭିତ୍ତିଭୂମି ପାଇଁ ପାଣ୍ଠି ଅଟକାଇଛି କେନ୍ଦ୍ର

ନୂଆଦିଲ୍ଲୀ,୭।୯: କେନ୍ଦ୍ର ସରକାର ଗତ ୨ ବର୍ଷ ହେଲା ଓଡ଼ିଶାର ବିଚାର ବିଭାଗୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠିକୁ ଅଟକାଇ ରଖିଛନ୍ତି। ଏନେଇ ମଙ୍ଗଳବାର...

୧୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ପାର୍ବଣ ଯୋଗୁ ବୃଦ୍ଧି ପାଉଥିବା ଭିଡ଼କୁ ନେଇ ସଂକ୍ରମଣ ବଢ଼ିବାର ଆଶଙ୍କା ଏବେ ସରକାରଙ୍କୁ ଘାରିଛି।...

ମୋଦି ବ୍ରିଗେଡ୍‌ରେ ସାମିଲ୍‌ ହେବାକୁ ଆସିଲା ଫୋନ୍‌ କଲ୍‌

ନୂଆଦିଲ୍ଲୀ,୩୦।୫: ନରେନ୍ଦ୍ର ମୋଦିଙ୍କ ନୂଆ ବ୍ରିଗେଡ଼୍‌ରେ ସାମିଲ୍‌ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫୋନ୍‌ କଲ୍‌ ଆସିଛି। ଫୋନ୍‌ କଲ୍‌ ଆସିଥିବା ନେତାଙ୍କ ମଧ୍ୟରେ...

ମୋଦିଙ୍କ ମନ୍ଦିର ତିଆରି କଲେ କୃଷକ

ତିରୁଚିରାପଲ୍ଲୀ,୨୬।୧୨: ତାମିଲନାଡୁ ତିରୁଚିରାପଲ୍ଲୀର ଜଣେ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କର ଏକ ମନ୍ଦିର ତିଆରି କରିଛନ୍ତି। ପି. ଶଙ୍କର(୫୦ ବର୍ଷ) ନାମକ ଉକ୍ତ କୃଷକ ଜଣଙ୍କ...

ଦୁର୍ଘଟଣା ରୋକିବା ପାଇଁ ନିଜର ଲାଲ୍‌ ଅନ୍ତର୍ବସ୍ତ୍ର ଧରି ଟ୍ରେନ୍‌ ଲାଇନ୍‌ରେ ଦୌଡ଼ିଲେ ଯୁବକ

ଲକ୍ଷ୍ନୌ , ୨୯।୮: ଟ୍ରେନ୍‌ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ମୋରାଦାବାଦ୍‌ ଜିଲାରେ ଜଣେ ଯୁବକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁବକଙ୍କ ଉପସ୍ଥିତ ବୃଦ୍ଧି...

ପ୍ରାକୃତିକ ବିପର୍ଯ୍ୟୟ କ୍ଷତି ହ୍ରାସ ଲାଗି ପ୍ରଯୁକ୍ତି ବ୍ୟବହାର ଉପରେ ମୋଦିଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୧୧ା୩(ପି.ଟି.): ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷୟକ୍ଷତି ହ୍ରାସ କରିବା ନିମନ୍ତେ ପ୍ରତିକ୍ରିୟା ପରିବର୍ତ୍ତେ ସକ୍ରିୟ ଦୃଷ୍ଟିଭଙ୍ଗୀ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ...

ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶ ଏକଜୁଟ, କଂଗ୍ରେସ କହିଲା ଆମେ ସରକାରଙ୍କ ସାଥିରେ ରହିଛୁ…

ନୂଆଦିଲ୍ଲୀ,୨୬।୮: ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପଡ଼ୋଶୀ ଦେଶରେ ଦେଖାଦେଇଥିବା ମାନବୀୟ ସଙ୍କଟ ସମୟରେ...

କରୋନା ସଂକ୍ରମଣ ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ,୯।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୭୫୧...

Advertisement
Archives

Model This Week