Posted inଜାତୀୟ

ଭିଡ଼ ହିଂସା ନେଇ ଶିବରାଜ-କମଳନାଥ ମୁହାଁମୁହିଁ…

ଭୋପାଳ, ୨୧।୫ : ଦେଶରେ ମଧ୍ୟପ୍ରଦେଶର ନିମଚରେ ଭିଡ଼ ହିଂସା ମାମଲାରେ କଂଗ୍ରେସ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏଠାରେ ଜଣେ ବୃଦ୍ଧଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। କୁହାଯାଉଛି ଯେ ବୃଦ୍ଧ ଜଣଙ୍କୁ ମୁସଲମାନ ଭାବି ମାଡ ଦିଆଯାଇଥିଲା, କିନ୍ତୁ ପରେ ଜଣାପଡ଼ିଥିଲା ଯେ ତାଙ୍କ ନାମ ଭଓ୍ବଁରଲାଲ ଜୈନ। ଏନେଇ ଅଭିଯୋଗ ଭାଜପା ନେତାଙ୍କ ଉପରେ ଅଣାଯାଇଛିି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ମୁଖ୍ୟ ଅଭିଯୁକ୍ତ ଭାଜପା ନେତା ଦୀନେଶ କୁଶୱା ବୋଲି କୁହାଯାଉଛି। ମନାସା ଭାଜପା ମଣ୍ଡଳର ଅଧ୍ୟକ୍ଷ ମୁକେଶ ଡାଙ୍ଗିଙ୍କ ଅନୁଯାୟୀ ଅଭିଯୁକ୍ତ ହେଉଛନ୍ତି ନଗର ପରିଷଦର ପୂର୍ବତନ କାଉନସିଲର ବିନା କୁଶୱାହଙ୍କ ସ୍ବାମୀ। ସେ ବର୍ତ୍ତମାନ ଭାଜପା ସଂଗଠନରେ କୌଣସି ପଦବୀରେ ନାହାଁନ୍ତି।

ଏହି ପ୍ରସଙ୍ଗରେ ପୋଲିସ ଏବେ ବି ନୀରବ ରହିଛି। ଏହା କୁହାଯାଉଛି ଯେ ଘଟଣାରେ ଅଭିଯୁକ୍ତମାନେ ପଳାଉଛନ୍ତି। ଏହାର ତଦନ୍ତ ଚାଲିଛି। ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହ୍ବାନ ସରକାର ବର୍ତ୍ତମାନ ଏହି ଘଟଣାରେ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି।

ଏହି ଘଟଣାରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛି। ଏହି ଘଟଣାରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି ଯେ ରାଜ୍ୟରେ କଣ ଘଟୁଛି ତାହା ସରକାର ଜାଣିବାକୁ ଚେଷ୍ଟା କରୁ ନାହାନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆଉ କେତେ ଦିନ ପର୍ଯ୍ୟନ୍ତ ଏହିପରି ହତ୍ୟା ଜାରି ରହିବ। ଅପରାଧୀମାନେ କାହିଁକି ଏପରି କରୁଛନ୍ତି? କେବଳ ସରକାରୀ କାର୍ଯ୍ୟକ୍ରମ ଉପରେ ସରକାରଙ୍କ ଧ୍ୟାନ ରହିଛି ବୋଲି କମଲନାଥ ଟୁଇଟ୍‌ କରି ଅଭିଯୋଗ କରିଛନ୍ତି।

ଏହି ଘଟଣାରେ କଂଗ୍ରେସ ନେତା ଜିତୁ ପାଟୱାରୀ କହିଛନ୍ତି ଯେ ନିମଚ ଘଟଣାରେ କଂଗ୍ରେସ ନେତା ଜିତୁ ପାଟୱାରୀ କହିଛନ୍ତି ଯେ ମୁସଲମାନ ସନ୍ଦେହରେ ଭାଜପା ଲୋକ କାହାକୁ କାହିଁକି ହତ୍ୟା କରିବେ। ଏହି ଘଟଣାର ଅନୁସନ୍ଧାନ କରାଯିବା ଉଚିତ ଏବଂ ସମ୍ପୃକ୍ତ ଲୋକଙ୍କ ବିରୋଧରେ ମାମଲା ପଞ୍ଜିକୃତ ହେବା ଉଚିତ। କାରଣ ସୋସିଆଲ ମିଡ଼ିଆ ଭିଡିଓରେ ବହୁ ଲୋକଙ୍କୁ ଦେଖିବାକୁ ମିଳୁଛି। ସେମାନଙ୍କୁ ଗିରଫ କରାଯିବା ଆବଶ୍ୟକ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଛନ୍ତି। ଏଥିରେ ସେ କହିଛନ୍ତି ଯେ ମୃତକ ଜଣେ ବୃଦ୍ଧ ବ୍ୟକ୍ତି ଏବଂ ସେ ମାନସିକ ସ୍ତରରେ ମଧ୍ୟ ଅସୁସ୍ଥ ଥିଲେ। ସେ ଏଠାରେ ବୁଲାବୁଲି କରିଥିଲେ ଏବଂ ନିଜର ପରିଚୟକୁ ସଠିକ ଭାବରେ କହିପାରିନଥିଲେ। ସେ କହିଛନ୍ତି ଯେ ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ଅନେକ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଆମେ ପୀଡିତାଙ୍କ ପରିବାର ସହିତ ନିରନ୍ତର ସମ୍ପର୍କରେ ରହିଛୁ ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୋସିଆଲ ମିଡ଼ିଆ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ମଧ୍ୟପ୍ରଦେଶର ନିମଚରେ ଜଣେ ବୃଦ୍ଧ ଯିଏକି ମାନସିକ ସ୍ତରରେ ଅସୁସ୍ଥ ତାଙ୍କୁ କିଛି ଲୋକ ପିଟିବା ଆରମ୍ଭ କରୁଛନ୍ତି। ତାଙ୍କୁ ପଚରାଯାଇଥିଲା କି ତୁମେ ଜଣେ ମୁସଲମାନ, ଏହା ଉପରେ ବୃଦ୍ଧ ଜଣକ ନିବେଦନ କରୁଥିବା ଦେଖାଯାଇଥିଲା। କିନ୍ତୁ ଏହି ଲୋକମାନେ ତାଙ୍କୁ କ୍ରମାଗତ ଭାବରେ ପିଟୁଥିଲେ। କୁହାଯାଇଛି ଯେ ଅଭିଯୁକ୍ତଙ୍କୁ ମଧ୍ୟ ତାଙ୍କର ଆଧାର କାର୍ଡ ଦେଖାଇଥିଲେ। ଏହା ପରେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିଲେ ଏବଂ ମାଡ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଏହି ମାମଲାରେ ଅଭିଯୁକ୍ତକୁ ଚିହ୍ନଟ କରି ହତ୍ୟା ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri