Categories: ଜାତୀୟ

ଭାଜପା ସଂସଦୀୟ ବୋର୍ଡରୁ ଶିବରାଜ-ଗଡ଼କରୀ ବାହାରିଲେ…

ନୂଆଦିଲ୍ଲୀ, ୧୭।୮ : ଭାରତୀୟ ଜନତା ପାର୍ଟି ଦ୍ୱାରା ନୂତନ ସଂସଦୀୟ ବୋର୍ଡ ଘୋଷଣା କରାଯାଇଛି। ୍‌ବରିଷ୍ଠ ନେତା ଶିବରାଜ ସିଂ ଚୌହ୍ବାନ ଏବଂ ନିତିନ ଗଡକରୀଙ୍କୁ ବୋର୍ଡରେ ସ୍ଥାନ ମିଳିନାହିଁ। ଏଥି ସହିତ ବିଏସ ୟେଦୁରପ୍ପା ଏବଂ ବି.ଏଲ ସାନ୍ତୋଷଙ୍କୁ ସଂସଦୀୟ ବୋର୍ଡରେ ସ୍ଥାନ ମିଳିଛି।

ସଂସଦୀୟ ବୋର୍ଡରେ ଜେ.ପି. ନଡ୍ଡା (ଅଧ୍ୟକ୍ଷ), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବି.ଏସ . ୟେଦୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିଆ, ବି.ଏଲ ସନ୍ତୋଷ (ସଚିବ) ପ୍ରମୁଖ ରହିଛନ୍ତି।

ଏହା ବ୍ୟତୀତ କେନ୍ଦ୍ରୀୟ ନିର୍ବାଚନ କମିଟି ମଧ୍ୟ ଗଠନ କରାଯାଇଛି। ଏଥିରେ ୧୫ ଜଣ ସଦସ୍ୟ ଅଛନ୍ତି। କେନ୍ଦ୍ରୀୟ ସଂସଦ କମିଟି ପରି ଜେ.ପି. ନଡ୍ଡାଙ୍କୁ ନିର୍ବାଚନ କମିଟିର ଅଧ୍ୟକ୍ଷ କରାଯାଇଛି।

ନିର୍ବାଚନ କମିଟିରେ ଜେ.ପି. ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବି.ଏସ ୟେଦୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିଆ, ଭୁପେନ୍ଦ୍ର ଯାଦବ, ଦେବେନ୍ଦ୍ର ଫଡନାଭିସ, ଓମ ମାଥୁର, ବି.ଏଲ ସନ୍ତୋଷ, ଭନଥୀ ଶ୍ରୀନିବାସ ପ୍ରମୁଖଙ୍କ ନାମ ରହିଛି।

Share