Categories: ଜାତୀୟ

ଜାନୁୟାରୀ ପ୍ରଥମ ସପ୍ତାହରେ ହୋଇପାରେ ଶିବରାଜଙ୍କ କ୍ୟାବିନେଟର ସମ୍ପ୍ରସାରଣ

ଭୋପାଳ,୧ ।୧: ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରଙ୍କର ଖୁବ୍ ଶୀଘ୍ର ସମ୍ପ୍ରସାରଣ ହୋଇପାରେ । ଜାନୁୟାରୀ ୩ରେ ରାଜଭବନ ପରିସରରେ କେତେଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିପାରନ୍ତି । କୁହାଯାଉଛି କି ରାଜ୍ୟ ସଭା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ତୁଳସୀ ସିଲାବଟ ଓ ଗୋବିନ୍ଦ ସିଂ ରାଜପୁତ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ମନ୍ତ୍ରଣାଳୟ ପକ୍ଷରୁ କିଛି ସମୟ ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ସୂଚନା ରାଜଭବନ ପଠାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ରାଜ୍ୟରେ ହୋଇଥିବା ଉପନିର୍ବାଚନର ଫଳାଫଳ ନଭେମ୍ବର ୧୦ରେ ଆସିଥିଲା । ଏହାପରେ ଶିବରାଜଙ୍କ ମନ୍ତ୍ରୀମଣ୍ଡଳନ ସମ୍ପ୍ରସାରଣକୁ ସମସ୍ତେ ଅପେକ୍ଷା ରଖିଥିଲେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ୪ ଥର ବୈଠକ ବସି ସାରିଲାଣି । ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ହିଁ ରାଷ୍ଟ୍ରୀୟ ନେତୃତ୍ୱରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ଅନୁମତି ମିଳିଛି ।

Share