Posted inଜାତୀୟ

ଅଖିଳେଶଙ୍କୁ ଶିବପାଳଙ୍କ ଚିଠି, ମୁଲାୟମଙ୍କୁ ଆଇଏସ୍‌ଆଇ ଏଜେଣ୍ଟ କହିଥିବା ଯଶଓ୍ବନ୍ତଙ୍କୁ କାହିଁକି ସମର୍ଥନ…

ଲକ୍ଷ୍ନୌ, ୧୬।୭ : ସମାଜବାଦୀ ପାର୍ଟିର ବିଧାୟକ ଶିବପାଲ ସିଂ ଯାଦବ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଏକ ଚିଠି ଲେଖି ରାଜନୈତିକ ଉଷ୍ଣତା ବୃଦ୍ଧି କରିଛନ୍ତି। ସେ ଲେଖିଛନ୍ତି ଯେ ଯିଏ ଏସପି ସଂରକ୍ଷକ ମୁଲାୟମ ସିଂ ଯାଦବଙ୍କ ବିଷୟରେ ଅନୁପଯୁକ୍ତ କଥା କହିଛନ୍ତି ଏବଂ ତାଙ୍କୁ ଆଇଏସଆଇର ଏଜେଣ୍ଟ ବୋଲି ମଧ୍ୟ କହିଛନ୍ତି, ତାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବା ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ୍‌।

ଶିବପାଲ ଏହା ମଧ୍ୟ କହିଛନ୍ତି ଯେ ସମାଜବାଦୀ ପାର୍ଟି ମୁଲାୟମ ସିଂ ଯାଦବଙ୍କ ବିରୋଧରେ କୌଣସି ଶବ୍ଦ ଶୁଣିବାକୁ ପ୍ରସ୍ତୁତ ନଥିଲା ମାତ୍ର ଅତ୍ୟନ୍ତ ଦୁଃଖଦାୟକ ଘଟଣା ତାଙ୍କ ବିରୋଧରେ ବିବୃତ୍ତି ଦେଇଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଉଛି। ଶିବପାଲ ସିଂ ଯାଦବ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କର ସୀମା ଜାଣିଛନ୍ତି। ତଥାପି ପୁନର୍ବିଚାର ପାଇଁ ଦାବି କରୁଛନ୍ତି।

ଶିବପାଲ ଯାଦବ ଏହା ଉପରେ ଟୁଇଟ କରି କହିଛନ୍ତି ଯେ ଏସପି ନେତୃତ୍ୱଙ୍କର ଏହି ନିଷ୍ପତ୍ତି ଉପରେ ମୋର ଦୃଢ଼ ମତଭେଦ ରହିଛି। ମୁଲାୟମଙ୍କୁ ଅପମାନିତ କରିବା ସର୍ତ୍ତରେ କୌଣସି ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ଶିବପାଲ ତାଙ୍କ ଟୁଇଟରେ ଯଶୱନ୍ତ ସିହ୍ନାଙ୍କ ମନ୍ତବ୍ୟର ଏକ ଖବର କାଗଜର ଚିତ୍ର ଶେୟାର କରିଛନ୍ତି। ଏଥିରେ ଏସପି ପୃଷ୍ଠପୋଷକ ମୁଲାୟମଙ୍କୁ ଆଇଏସଆଇ ଏଜେଣ୍ଟ ଭାବରେ ଯଶଓ୍ବନ୍ତ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri