Categories: ଜାତୀୟ

ସମାଜବାଦୀ ପାର୍ଟୀ ସହ ଏବେ କୌଣସି ସମ୍ପର୍କ ନାହିଁ, ୨୦୨୨ରେ ଦଳ ସହ ଯିବା ବଡ଼ ଭୁଲ: ଶିବପାଲ

ଲକ୍ଷ୍ନୌ,୩।୯: ସମାଜବାଦୀ ପାର୍ଟି ସହ ଆଉ କୌଣସି ସମ୍ପର୍କ ରହିବ ନାହିଁ। ୨୦୨୨ ନିର୍ବାଚନରେ ଏସ୍‌ପି ସହ ଯିବା ତାଙ୍କର ବଡ଼ ଭୁଲ ଥିଲା ବୋଲି ପ୍ରଗତିଶୀଳ ସମାଜବାଦୀ ପାର୍ଟୀ ସଭାପତି ଶିବପାଲ ସିଂ ଯାଦବ କହିଛନ୍ତି। ତେବେ ଯଦି ମେନପୁରୀରୁ ଆଗାମୀ ଲୋକ ସଭା ନିର୍ବାଚନ ମୁଲାୟମ ସିଂ ପ୍ରତିନ୍ଦ୍ୱନ୍ଦିତା କରନ୍ତି ତେବେ ସେ ତାଙ୍କ ସହ ରହିବେ। ଯଦି ସେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବେ ନାହିଁ ତେବେ ସେ ଆସନରୁ କିଏ ଓହ୍ଲାଇବ ତାହା ତାଙ୍କ ଦଳ ସ୍ଥିର କରିବ ବୋଲି ସେ କହିଛନ୍ତି।

Share