Categories: ଜାତୀୟ

ନୀତୀଶଙ୍କୁ ସମର୍ଥନ କରିବେନି ଶିବପାଲ

ଲକ୍ଷ୍ନୌ,୧୯।୯: ଆଗାମୀ ୨୦୨୪ରେ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ପ୍ରୟାଗରାଜର ଫୁଲପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ନୀତୀଶଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜ ପାର୍ଟି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମର୍ଥନ କରିବେ ନାହିଁ ବୋଲି ଘୋଷଣା କରିଛି। ସୂଚନା ମୁତାବକ, ଅଖିଳେଶ ଯାଦବଙ୍କ ସହ ନୀତୀଶ ମେଣ୍ଟ କରୁଥିବାରୁ ଶିବପାଲ ଯାଦବଙ୍କ ଦଳ ତାଙ୍କଠାରୁ ଦୂରତା ବଜାୟ ରଖିବ। ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ପୂର୍ବତନ ମନ୍ତ୍ରୀ ଲଲନ ରାୟ କହିଛନ୍ତି ଯେ, ନୀତୀଶଙ୍କ ନାମରେ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ନୀତୀଶ କୁମାର ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ସହ ମେଣ୍ଟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିଯୋଗୁ ପ୍ରଗତିଶୀଳ ସମାଜ ପାର୍ଟି ଆଗାମୀ ନିର୍ବାଚନରେ ନୀତୀଶଙ୍କୁ ସମର୍ଥନ କରିବ ନାହିଁ। ଏଥିସହ ସମାଜବାଦୀ ପାର୍ଟିର ଉପସ୍ଥିତି ଥିବା କୌଣସି ମେଣ୍ଟ ସହ ଦଳ ସାମିଲ ହେବ ନାହିଁ ବୋଲି ସେ କହିଛନ୍ତି।

Share