Categories: ଜାତୀୟ

ବିଧାୟକ ଦଳଙ୍କ ବୈଠକରେ ଶିବପାଳଙ୍କୁ ଦିଆଯାଇନି ନିମନ୍ତ୍ରଣ

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ସମାଜବାଦୀ ପାର୍ଟି(ଏସ୍‌ପି)ର ନବନିର୍ବାଚିତ ବିଧାୟକଙ୍କ ବୈଠକ ଶନିବାର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସାମିଲ ହେବା ନେଇ ସକାଳୁ ଦଳରେ ହଇଚଇ ଦେଖାଦେଇଥିଲା। କିନ୍ତୁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି କି ବିଧାୟକଙ୍କ ଦଳ ବୈଠକରେ ଶିବପାଲ ଯାଦବଙ୍କୁ ଡକାଯାଇନାହିଁ। ତାଙ୍କୁ ଏହି ବୈଠକ ପାଇଁ ନିମନ୍ତ୍ରଣ କରାଯାଇ ନ ଥିବା ଜଣାପଡ଼ିଛି। ସୂଚନା ମୁତାବକ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କକା ଶିବପାଲ ଯାଦବ ଓ ପୁତୁରା ଅଖିଳେଶ ଯାଦବଙ୍କ ଦଳ ଏକତ୍ରିତ ହୋଇ ଭାଜପା ବିପକ୍ଷରେ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କକା ପୁତୁରାଙ୍କ ମଧ୍ୟରେ ଥିବା ଫାଟ ଏବେ ସାମ୍ନାକୁ ଆସିଛି। ବିଧାୟକ ଦଳରେ ଶିବପାଲଙ୍କୁ ନିମନ୍ତ୍ରଣ କରା ନ ଯିବା କଥାରୁ ସମସ୍ତ ଚିତ୍ର ସ୍ପଷ୍ଟ ବାରିହୋଇପଡ଼ୁଛି। ଅନ୍ୟପଟେ ଲକ୍ଷ୍ନୌରେ ୨ଦିନ ଧରି ବିଧାୟକ ଦଳ ବୈଠକର ନିମନ୍ତ୍ରଣ ପାଇଁ ଅପେକ୍ଷା କରିଥିଲେ ବୋଲି ଶିବପାଲ ଯାଦବ କହିଛନ୍ତି।

Share