Posted inଖେଳ

ସ୍ପିନ୍‌ ନ କରିବି ବିପକ୍ଷ ଟିମ୍‌କୁ ଅଡୁଆରେ ପକାଉଥିଲେ ଏହି ଭାରତୀୟ ଅଫ୍‌ ସ୍ପିନର! ଆଜି ପାଳୁଛନ୍ତି ଜନ୍ମଦିନ

ନୂଆଦିଲ୍ଲୀ,୨୬।୧: ଜାନୁୟାରୀ ୨୬ରେ ଜନ୍ମ ନେବାକୁ ଭାରତୀୟମାନେ ସୌଭାଗ୍ୟ ବୋଲି ମନେ କରନ୍ତି। ଭାରତୀୟ କ୍ରିକେଟରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଏହି ସ୍ବତନ୍ତ୍ର ଦିନରେ ଜନ୍ମଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଶିବଲାଲ ଯାଦବ ଜଣେ। ସେ ଏଭଳି ଜଣେ ଅଫ୍‌ ସ୍ପିନର ଥିଲେ, ଯିଏ ନିଜର ବୋଲିଂର ଶୈଳୀକୁ ନେଇ ବିପକ୍ଷ ଟିମ୍‌କୁ ଚିନ୍ତାରେ ପକାଇ ଦେଉଥିଲେ।

୧୯୫୭ ଆଜିର ଦିନରେ ହାଇଦ୍ରାବାଦରେ ଜନ୍ମ ନେଇଥିଲେ ଶିବଲାଲ। ୧୯୭୯ରେ ଭାରତ ପାଇଁ ପ୍ରଥମ ଟେଷ୍ଟ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ସେ ଡେବ୍ୟୁ କରିଥିଲେ। ଏହି ସିରିଜରେ ସେ ୫ ଟେଷ୍ଟ ମ୍ୟାଚ୍‌ ଖେଳି ୨୪ ଉଇକେଟ ନେଇଥିଲେ। ପାକିସ୍ତାନ ବିପକ୍ଷରେ ସେ ନିଜର ୧୦୦ତମ ଉଇକେଟ ରେକର୍ଡ ପୂରଣ କରିଥିଲେ। ତେବେ ସେ ରବି ଶାସ୍ତ୍ରୀ ଏବଂ ଦୋଶୀଙ୍କ ସହ ମିଶି ବିପକ୍ଷ ଟିମ୍‌କୁ ବହୁତ ଅସୁବିଧାରେ ପକାଉଥିଲେ।

କୁହାଯାଏ ଶିବଲାଲ ଏଭଳି ଜଣେ ସ୍ପିନର ଥିଲେ ଯାହାଙ୍କ ବଲ୍‌ ସେତେଟା ସ୍ପିନ୍‌ ହେଉ ନ ଥିଲା। ବେଳେବେଳେ ସେ ବୋଲିଂ କରିବା ସମୟରେ ସ୍ପିନ୍‌ କରୁଥିବା ବେଳେ ବେଳେବଳେ ବିଲ୍‌କୁଲ୍‌ ହେଉ ନ ଥିଲା। ଏଣୁ ବିପକ୍ଷ ଟିମ୍‌ର ଖେଳାଳି ତାଙ୍କ ବଲ୍‌କୁ ଖେଳି ନ ପାରି ଉଇକେଟ ହରାଉ ଥିଲେ।

୨୦୧୪ରେ ଆଇପିଏଲ୍‌ ଦୁର୍ନୀତି ନେଇ ତଦନ୍ତ ଚାଲୁଥିବା ବେଳେ କୋର୍ଟ ତତ୍କାଳୀନ ବିସିସିଆଇ ସଭାପତି ଏନ୍‌. ଶ୍ରୀନିବାସନ୍‌ଙ୍କ ସ୍ଥାନରେ ଶିବଲାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri