ଶ୍ରୀମହାଭାସ୍କରଙ୍କ ପ୍ରତିଷ୍ଠା ପୂର୍ବରୁ ସାମନ୍ତରାପୁର ଗାଁ ଦାନ ଦେଇଥିଲେ ଶିବେଇ ସାମନ୍ତରା

ପୂର୍ବ ସଂଖ୍ୟାରେ ଆମେ ଅର୍କକ୍ଷେତ୍ରର ପଞ୍ଚତୀର୍ଥ ପ୍ରସଙ୍ଗ ଅବତାରଣା କରିଥିଲୁ। ପଞ୍ଚତୀର୍ଥର ମହତ୍ୱ ଶ୍ରୀସୂର୍ଯ୍ୟଙ୍କ ଉପାସନା କାଳରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଐତିହ୍ୟର ଅବକ୍ଷୟ ପରେ ପୂଜା ବନ୍ଦ ହୋଇଯାଇଛି। ନା ଐତିହ୍ୟକୁ ଆମେ ସଜାଡ଼ିବାରେ ସକ୍ଷମ ହୋଇଛୁ ନା ସ୍ଥାନାନ୍ତରିତ ହୋଇଥିବା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ ଫେରେଇ ଆଣି ପୂଜା ପ୍ରଚଳନ କରାଇପାରିଛୁ। ଆଉ କିଛି ବର୍ଷ ପରେ ଏହି ବିଡ଼ମ୍ବନାକୁ ୫୦୦ ବର୍ଷ ପୂରିଯିବ। ପଞ୍ଚତୀର୍ଥ ମଧ୍ୟରୁ ମହୋଦଧି ଓ ଚନ୍ଦ୍ରଭାଗାକୁ ଆମେ ସଭିଏଁ ଦେଖୁଛେ। ଆଉ ତିନୋଟି ତୀର୍ଥ ହଜିଯିବାକୁ ବସିଛି। ପୁନରୁଦ୍ଧାର କଥା ଭୁଲିଯାଇଛୁ। ତୀର୍ଥକୁ ପରିକ୍ରମା ମାର୍ଗ ଅନ୍ତର୍ଭୁକ୍ତ କରିବା କଥା ତ ବହୁ ଦୂରରେ ଅଛି!
କୋଣାଦିତ୍ୟକୁ ଚଳଚଞ୍ଚଳ କରେଇବା ଆମ ସଭିଙ୍କର ଦାୟିତ୍ୱ। ଐତିହ୍ୟ ବିକାଶ କାଳଖଣ୍ଡରେ ତାହା ଯଦି ହୋଇ ନ ପାରିବ, ଭବିଷ୍ୟତରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବ। କି ଉତ୍ସାହ… କି ଉଦ୍ଦୀପନା… ସେତେବେଳେ ଓଡ଼ିଆଙ୍କର ଥିଲା। ଅଭିଷେକ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗଜପତି ମହାରାଜା ସେବା ପାଇଁ ‘ସେବାୟତ’ଙ୍କ ମୁଣ୍ଡରେ ଶାଢ଼ି ବାନ୍ଧି ସାରିଥିଲେ। କୋଡ଼ିଏ ଜଣ ‘ସୁଆର’ ସେବାୟତଙ୍କୁ ଶାଢ଼ି ବନ୍ଧା ଯାଇଥିଲା। ସେମାନଙ୍କର ପ୍ରଥମ ସେବା ଥିଲା ପୂଜାଦ୍ରବ୍ୟକୁ ‘ନ୍ୟାସ ମଣ୍ଡପ’କୁ ନେବା ଆଣିବା କରିବା।
ସେବା ଆରମ୍ଭ ପୂର୍ବରୁ ମାଧବପୁରରେ ଡିହବାଡ଼ି ଯୋଗାଇ ଦେଇଥିଲେ। ସେଇ ମାଧବପୁର ଏବେ ‘ମାଧିପୁର’ ନାମରେ ପରିଚିତ। ଗୋଟିଏ ଗୋଟିଏ ଅନୁଷ୍ଠାନବେଳେ ଗୋଟିଏ ଗୋଟିଏ ସ୍ମରଣୀୟ ଘଟଣା ଘଟି ଚାଲିଥିଲା। ତାହା ହିଁ ଆମ ସହଯୋଗିତାର ସ୍ମରଣୀୟ ଉଦାହରଣ। ଗାଁର ନାମକରଣ କଲେ ମହାରଣା ସମାଜ। ନାଁ ଦେଲେ ସାମନ୍ତରାୟପୁର। ଗାଁ ବସିବା ପାଇଁ ଜମିଦେବା ପରେ ପଦ୍ମଚିହ୍ନ ଥିବା ୨୭ ମାଢ଼ ସୁନା ଦେଇଥିଲେ। ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତର-ପୂର୍ବ ଦିଗରେ ଏହି ଗାଁ ବସିଥିଲା।
ଏହାପରେ ଶ୍ରୀମହାଭାସ୍କର ପ୍ରତିଷ୍ଠା ମଣ୍ଡପକୁ ବିଜେ କରି ସିଂହାସନ ପିଣ୍ଡିରେ ବସିଥିଲେ। ଅନୁଷ୍ଠାନ ଆରମ୍ଭ ପୂର୍ବରୁ ଶିଳ୍ପୀ ଗଦାଧର ମହାପାତ୍ରଙ୍କୁ ଖୋଜିଲେ ଶିବେଇ ସାମନ୍ତରା। କହିଲେ, ତମେ ନିର୍ମାଣ କରୁଥିଲ- ଶ୍ରୀରାମଚନ୍ଦ୍ରଙ୍କ ବିବାହ ଉତ୍ସବର ବିଗ୍ରହ। ଆଣିବା ବ୍ୟବସ୍ଥା ହେଉ। ନିଶାତଳ ପୀଠ ଅର୍ଥାତ୍‌ ନିଶା ମନ୍ଦିର ମୂଳ ପ୍ରଦେଶରେ ସେଇ ବିଗ୍ରହଙ୍କୁ ଖଞ୍ଜାଯିବ। ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିବାହ- ଉତ୍ସବର ବିଗ୍ରହ ଦେଖିଲେ ଶିବେଇ ସାମନ୍ତରା, ଖୁସି ହୋଇଗଲେ। ଦଣ୍ଡେ ଅଟକିଗଲେ, ଗଦା ମହାପାତ୍ରେ ତ ପାଉଣା ନେବେ। ମାତ୍ର ଏ କଳାକୃତିର ପଟାନ୍ତର ନାହିଁ… ଏଥିପାଇଁ ଦୁଇ ତୋଳାର ଦୁଇଟି କୁଣ୍ଡଳ ଉପହାର ଦିଆଯାଉ ଗଦାଧରଙ୍କୁ। ସୂତ୍ରଧର ଶିବେଇଙ୍କର କଥା ହିଁ ଆଦେଶ ଭାବରେ ପାଳନ ହେଉଥିଲା। ଭଣ୍ଡାରରୁ ସୁବର୍ଣ୍ଣ କୁଣ୍ଡଳ ଆସିଲା… ଗଦାଧରଙ୍କୁ ନିଜ ହାତରେ ସେ ଦେଲେ। ଏହା ଥିଲା ମନ୍ଦିର ନିର୍ମାଣ ଇତିହାସରେ ସେ କାଳଖଣ୍ଡରେ ପ୍ରଥମ ଘଟଣା। ସେ ପର୍ଯ୍ୟନ୍ତ ପାଉଣା ବାଦ୍‌ ବସ୍ତ୍ରଠାରୁ ଆରମ୍ଭ କରି କଉଡ଼ି ପୁରସ୍କାର ଦିଆଯାଇଥିଲା। ସୁବର୍ଣ୍ଣ କୁଣ୍ଡଳ ପୁରସ୍କାର ଆଜି ବି ଇତିହାସରେ ସ୍ମରଣୀୟ।
ଆମେ ଜାଣିଛେ ଶ୍ରୀରାମଚନ୍ଦ୍ରଙ୍କର ଅଭିଷେକ ଉତ୍ସବ ହୋଇଥିଲା ଅଯୋଧ୍ୟାରେ। ସେଇ ଅଭିଷେକ ଉତ୍ସବର ଅବିକଳ ବେଶ ଓଡ଼ିଶାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନସିଂହାସନ ଉପରେ ବହୁ କାଳରୁ ଅନୁଷ୍ଠିତ ହୋଇଆସୁଥିଲା। କୁହାଯାଏ- ଶ୍ରୀରାମାଭିଷେକ ବେଶ। ମନେହୁଏ ଏଇ ଅଭିଷେକ ବେଶର ପ୍ରଚଳନ ଏକ ଅଭିନବ ଉଦାହରଣ ଶ୍ରୀମନ୍ଦିରରେ। ଭାରତରେ ପ୍ରାୟ ବିରଳ। ତଥାପି ୧୯୦୫ ମସିହା ପରେ ଆଉ ଏଇ ବେଶ ଶ୍ରୀମନ୍ଦିରରେ କରିବାକୁ ଆମେ ସକ୍ଷମ ହୋଇ ନାହୁଁ। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ବେଶର ଅବିକଳ ଭାସ୍କର୍ଯ୍ୟ ପୁରୀର ଶ୍ରୀଶଙ୍କରାନନ୍ଦ ମଠ କାନ୍ଥରେ ଆଜି ବି ବିଦ୍ୟମାନ। ଶାସ୍ତ୍ର ବର୍ଣ୍ଣନା ଅନୁଯାୟୀ ଓଲମବିଲମ ବିଲ୍‌କୁଲ ନାହିଁ। ଶ୍ରୀରାମଙ୍କ ପାଦ ତଳେ ବିଜେ କରିଛନ୍ତି ଶ୍ରୀହନୁମାନ। ଅନନ୍ୟ ରହସ୍ୟମୟ ନିଦର୍ଶନ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri