Posted inଜାତୀୟ

‘ଏଜୁକେଟ୍‌ ଗଲର୍‌ସ’କୁ ମାଗ୍‌ସେସେ ପୁରସ୍କାର

ମାନିଲା,୧।୯(ପି.ଟି.): ସ୍କୁଲ ବାହାରେ ଦୁର୍ଗମ ଗ୍ରାମାଞ୍ଚଳରେ ଝିଅମାନଙ୍କୁ ଶିକ୍ଷାଦାନ କରୁଥିବା ଭାରତୀୟ ଏନ୍‌ଜିଓ ‘ଏଜୁକେଟ୍‌ ଗଲର୍‌ସ’ ଚଳିତ ବର୍ଷର ରମୋନ ମାଗ୍‌ସେସେ ପୁରସ୍କାର ପାଇଁ ମନୋନୀତ ହୋଇଥିବା ରବିବାର ଫାଉଣ୍ଡେଶନ ପକ୍ଷରୁ ଘୋଷଣା କରାଯାଇଛି। ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାରେ ଏଜୁକେଟ୍‌ ଗଲର୍‌ସ ପ୍ରଥମ ଭାରତୀୟ ସଂଗଠନ ବୋଲି ରମୋନ ମାଗ୍‌ସେସେ ଆଓ୍ବାର୍ଡ ଫାଉଣ୍ଡେଶନ (ଆର୍‌ଏମ୍‌ଏଏଫ୍‌) ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ରମୋନ ମାଗ୍‌ସେସେ ପୁରସ୍କାର ଏସିଆରେ ନୋବେଲ ପୁରସ୍କାର ସମକକ୍ଷ। ଏସିଆରେ ନିଃସ୍ବାର୍ଥପର ସେବା ମନୋଭାବର ମହାନତାର ସ୍ବୀକୃତି ସ୍ବରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପୁରସ୍କାରର ଅନ୍ୟ ୨ ବିଜେତା ହେଲେ ମାଳଦ୍ୱୀପର ସାହିନା ଅଲି ଏବଂ ଫିଲିପାଇନ୍ସର ଫ୍ଲାଭିଆନୋ ଆଣ୍ଟୋନିଓ ଏଲ୍‌ ଭିଲ୍ଲାନୁଏଭା। ପରିବେଶ ବିକାଶ ଦିଗରେ ସାହିନାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ରାଷ୍ଟ୍ରପତି ରମୋନ ମାଗାସେସେଙ୍କ ଫଟୋ ଥିବା ମେଡାଲ, ପ୍ରଶସ୍ତିପତ୍ର ଓ ନଗଦ ଅର୍ଥରାଶି ପ୍ରଦାନ କରାଯିବ। ୬୭ତମ ରମୋନ ମାଗ୍‌ସେସେ ପୁରସ୍କାର ପ୍ରଦାନ ଉତ୍ସବ ନଭେମ୍ବର ୭ରେ ମାନିଲାର ମେଟ୍ରୋପଲିଟାନ ଥିଏଟରରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏସିଆର ଏହି ସର୍ବଶ୍ରେଷ୍ଠ ପୁରସ୍କାର ପାଇଁ ସଫିନା ହୁସେନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଏଜୁକେଟ୍‌ ଗଲର୍‌ସ ମନୋନୀତ ହୋଇଛି। ଝିଅ ଏବଂ କମ୍‌ ବୟସ୍କା ମହିଳାମାନଙ୍କୁ ଶିକ୍ଷା ପ୍ରଦାନ ଜରିଆରେ ସେମାନଙ୍କୁ ନିରକ୍ଷରତାର ବନ୍ଧନରୁ ମୁକ୍ତ କରିବା ସହ ଦକ୍ଷ ଏବଂ ସାହସୀ କରାଇବା ଓ ପୂର୍ଣ୍ଣ ମାନବୀୟ ସାମର୍ଥ୍ୟ ହାସଲ କରାଇବା ଦିଗରେ ଏହି ସଂସ୍ଥା କାର୍ଯ୍ୟ କରିଥାଏ। ଲଣ୍ଡନ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରୁ ସ୍ନାତକ ଡିଗ୍ରୀ ପରେ ସାନ୍‌ଫ୍ରାନ୍ସିସ୍କୋରେ କାର୍ଯ୍ୟ କରୁଥିବା ସାଫିନା ହୁସେନ୍‌ ନାରୀ ନିରକ୍ଷରତା ଆହ୍ବାନକୁ ଗ୍ରହଣ କରି ୨୦୦୭ରେ ଏଜୁକେଟ୍‌ ଗଲର୍‌ସ ପ୍ରତିଷ୍ଠା କରିଥିଲେ। ପ୍ରଥମେ ରାଜସ୍ଥାନରେ ଏହି ସଂସ୍ଥା କାର୍ଯ୍ୟ ଆରମ୍ଭ କରିଥିଲା। ଆଦୌ ସ୍କୁଲ୍‌ ଯାଇ ନ ଥିବା ଓ ସ୍କୁଲ୍‌ଶିକ୍ଷାରୁ ବାଦ୍‌ ପଡ଼ିଥିବା ଝିଅମାନଙ୍କୁ ଆଣି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ସମର୍ଥ ହେବା ଓ ଲାଭଦାୟକ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ପାଖରେ ରଖିଥାଏ। ୨୦୧୫ରେ ଏହା ସାରା ଦେଶର ୩୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାମରେ ୫୦ ପାଇଲଟ୍‌ ଭିଲେଜ ସ୍କୁଲ୍‌ ଆରମ୍ଭ କରିଥିଲା, ଯେଉଁଥିରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଝିଅ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

ଭାଜପା ଶାସିତ ରାଜ୍ୟର ସବୁ କୋଇଲା ବିଦ୍ୟୁତ ଟେଣ୍ଡର ହାତେଇଲା ଆଦାନୀ ଗ୍ରୁପ; ୨୫ ବର୍ଷରେ କମାଇବ ୧୩.୨୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬।୬: ୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା…

ପୁଣି ରାଜଧାନୀରେ ଦୁର୍ଘଟଣା: ଦମ୍ପତିଙ୍କୁ ଚାପି ଦେଲା ଟ୍ରକ

ଭୁବନେଶ୍ୱର,୧୬।୬: ରାଜଧାନୀ ଭୁବନେଶ୍ୱର ପୁଣି ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ସୈନିକ ସ୍କୁଲ ଦଶରଜା ମନ୍ଦିର ନିକଟରେ ଏକ ସ୍କୁଟରରେ ଯାଉଥିବା ଦମ୍ପତିଙ୍କୁ ଏକ ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri