ଇନ୍‌ଷ୍ଟାରେ ନାଁ ବଦଳାଇଲେ ଶିବାନୀ

ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଫେବୃୟାରୀ ୧୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହିଁଙ୍କର ବିବାହ ହୋଇସାରିଛି। ବିବାହ ପରେ ସେମାନେ ବାହାରକୁ ଯାଉଥିବା ଫଟୋ ମଧ୍ୟ ଭାଇରାଲ ହେଇଥିଲା। ନିକଟରେ ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜ ନାମ ଶିବାନୀ ଦାଣ୍ଡେକର ବଦଳରେ ଶିବାନୀ ଦାଣ୍ଡେକର-ଅଖତର କରିଥିବା ଦେଖିବାକୁ ମିଳିଛି। ବିବାହ ଉତ୍ସବରେ କେବଳ ସେମାନଙ୍କର ପରିବାର ଓ ଘନିଷ୍ଠ ସର୍ମ୍ପକୀୟ ହିଁ ସାମିଲ ହୋଇଥିଲେ। ଦୁହେଁ ମିଶି ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ଦେବେ ବୋଲି ଜଣାପଡିଛି। ଏଥିରେ ପରିବାର ଲୋକ, ଘନିଷ୍ଠ ବନ୍ଧୁ ଓ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସେଲିବ୍ରିଟି ସାମିଲ ହେବେ ।

Share