Categories: ଜାତୀୟ

ନୀତୀଶଙ୍କ ଆଉ କେତେ ଥର ଭାଜପାକୁ ଯିବେ, କ’ଣ ଇତିହାସ ରଚିବେ: ଶିବାନନ୍ଦ

ପାଟନା,୨୬।୧: ନୀତୀଶ କୁମାରଙ୍କ ପଲଟୁରାମ ନୀତି ଯୋଗୁ ବିହାର ରାଜନୀତି ଏବେ ଚର୍ଚ୍ଚାରେ ରହିଛି। ଆର୍‌ଜେଡିର ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇଛନ୍ତି। ଏବେ ଲାଲୁ ଯାଦବଙ୍କ ହାତ ଛାଡ଼ିବା ଲାଗି ପ୍ରସ୍ତୁତ ଥିବା ନୀତୀଶଙ୍କ ହାବଭାବ ଦେଖି ଆର୍‌ଜେଡିର ବରିଷ୍ଠ ନେତା ଶିବାନନ୍ଦ ତିଓ୍ବାରୀ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି।

ଲାଲୁଙ୍କ ନିକଟତର କୁହାଯାଉଥିବା ଶିବାନନ୍ଦ କହିଛନ୍ତି, ସେ କେତେଥର ଆଉ ଯିବେ, କ’ଣ ଇତିହାସ ରଚିବେ? ଅନ୍ତିମ ନିଷ୍ପତ୍ତି ଆସୁ। ଭାଜପାର ଚପରାସୀଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଲାଗି ଦ୍ୱାର ବନ୍ଦ କରିଦେଇଥିଲେ, ହେଲେ ସେ କେଉଁ ମୁହଁରେ ଯିବେ, ତାହା ସେ ହିଁ କହିପାରିବେ। ନୀତୀଶଙ୍କ ସହ ଆଲୋଚନା କରିବା ଲାଗି ଆମେ ସମୟ ମାଗୁଛୁ। ହେଲେ ସେ ସମୟ ଦେଉନାହାନ୍ତି। ଆମେ ତାଙ୍କ ପାଇଁ ଲଢ଼ି ବହୁତ କିଛି କରିଛୁ। ଏବେ ଆମକୁ ବିଶ୍ୱାସ ହେଉନାହିଁ ଯେ ସେ ଏଭଳି ଭୁଲ କରିବେ। ବୁଝିବା ଏବଂ ଜାଣିବାକୁ ଆଉ କ’ଣ ଅଛି। ଯାହା ଦେଖାଯାଉଛି ସବୁକିଛି ସ୍ପଷ୍ଟ ହୋଇ ସାରିଛି ବୋଲି ସେ କହିଛନ୍ତି।

Share