ଛତ୍ରପୁର,୧୯ା୬(ଦିଲୀପ ସାମଲ): ଜାତୀୟ ସ୍ତରରେ ଆୟୋଜିତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଲିଆବାଦ ଗ୍ରାମର ଶିବ କୁମାର ନାୟକ। ବେଙ୍ଗାଲୁରୁର କେପିଟି ମଲରେ ଜିଜୁ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରର ଦୁଇଟି ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଏକଷ୍ଟ୍ରିମପ୍ରୋ ଇଣ୍ଡିଆ ୨୦୨୬ରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି ସେ l ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ହୋଇଛନ୍ତି l ସେହିପରି ମିଷ୍ଟର ଇଣ୍ଡିଆ ୮୦ କେଜିରୁ ଅଧିକ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶିବ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ୩୦ ବର୍ଷର ଏହି ଓଡ଼ିଆ ଯୁବକ ଶିବ ଗତ ୨୦୧୦ରୁ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଚେଷ୍ଟା ଜାରି ରଖିଛନ୍ତି। ପୂର୍ବରୁ ସାଉଥ ଇଣ୍ଡିଆ, ମିଷ୍ଟର କର୍ଣ୍ଣାଟକ, ମିଷ୍ଟର ତେଲେଙ୍ଗାନା ଓ ମିଷ୍ଟର ଆନ୍ଧ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି l ଶୁକ୍ରବାର ଶିବ ଛତ୍ରପୁରରେ ପହଞ୍ଚତ୍ବା ପରେ ତାଙ୍କୁ ଗ୍ରାମବାସୀ ସମ୍ବର୍ଦ୍ଧିତ କରିଛନ୍ତି। ଗ୍ରାମବାସୀମାନେ ଶିବଙ୍କୁ ଏକ ଶୋଭାଯାତ୍ରା ସ୍ବାଗତ କରି ପାଛୋଟି ନେଇଥିଲେ l