ଓଡ଼ିଶାରେ ୧୫୦୦ କୋଟି ନିବେଶ କରିବ ଶିବା ସିମେଣ୍ଟ

ଭୁବନେଶ୍ୱର: ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ଶିବା ସିମେଣ୍ଟ ଓଡ଼ିଶାରେ ୧୫୦୦ କୋଟି ଟଙ୍କା ନିବେଶ ଯୋଜନା ରଖିଛି। ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ବୁଧବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିମେଣ୍ଟ ସଂରଚନା ଏବଂ ଇସ୍ପାତ ବ୍ୟବସାୟ ଜରିଆରେ ଓଡ଼ିଶା ସହ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ସମ୍ପର୍କ ରହି ଆସିଛି। ଶିବା ସିମେଣ୍ଟ ପକ୍ଷରୁ ନୂଆ କ୍ଲିଙ୍କର ୟୁନିଟ ସ୍ଥାପନ ଯୋଜନା ଜରିଆରେ ପୁଞ୍ଜିନିବେଶ ଯୋଜନା ରଖାଯାଇଛି। ଏହାଦ୍ୱାରା ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଗ୍ରୁପ୍‌ ଯୋଗଦାନ ରଖିପାରିବ। ଗ୍ରାହକଙ୍କ ଆବଶ୍ୟକତା ପୂରଣ ଏବଂ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିବେଶ ଦିଗରେ ନୂଆ ନିବେଶ ସହାୟକ ହେବ। ପରିବେଶ ଉପଯୋଗୀ ସିମେଣ୍ଟ ଉତ୍ପାଦନ ସହ ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟର ସ୍ଥିତିକୁ ମଜଭୁତ କରିବାରେ ଏହା ଯୋଗଦାନ ରଖିବ।
ସୁନ୍ଦରଗଡ଼ ଜିଲାରେ ସ୍ଥାପନ ହେବାକୁ ଥିବା ୧.୩୬ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ କ୍ଲିଙ୍କର ୟୁନିଟରେ ଏହି ପୁଞ୍ଜିନିବେଶ କରାଯିବ। ଦୀର୍ଘସୂତ୍ରୀ ଡେଟ୍‌ ଏବଂ ଇକ୍ୱିଟି ଆକାରରେ ଏହି ପାଣ୍ଠି ଯୋଗାଇ ଦିଆଯିବ। ଏଥିରେ ବାର୍ଷିକ ୧ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଗ୍ରାଇଣ୍ଡିଂ ୟୁନିଟ, ୮ ମେଗାଓ୍ବାଟ୍‌ ହେଭିହିଟ୍‌ ରିକଭରି ପାଓ୍ବାର ପ୍ଲାଣ୍ଟ, ଡୋଲାମାଇଟ ଚୂନପଥର ଖଣିଗୁଡିକରେ ବାର୍ଷିକ ୪ ନିୟୁତ ଟନ୍‌ କ୍ରସିଂ ୟୁନିଟ, ଚୂନପଥର ଖଣିରୁ କାରଖାନାକୁ ପରିବହନ ନିମନ୍ତେ ୧୦ କିଲୋମିଟର ଦୀର୍ଘ ଓଭରଲାଣ୍ଡ ବେଲ୍ଟ କନଭେୟର ଏବଂ ନିଜସ୍ବ ୧୨ କି.ମି.ରେ ରେଳ ଟ୍ରାକ୍‌ ଭଳି କାର୍ଯ୍ୟ କମ୍ପାନୀ କରିବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜିନ୍ଦଲ ସ୍ପଷ୍ଟ କରିଛନ୍ତି।
ସେ ପୁଣି କହିଛନ୍ତି, ଶିବା ସିମେଣ୍ଟର କ୍ଲିଙ୍କର ପ୍ରକଳ୍ପର କାର୍ଯ୍ୟକାରିତା ଠିକା ଥାଇସେନକ୍ରୁପ ଇଣ୍ଡଷ୍ଟ୍ରିଜ ଏବଂ ଲାର୍ସନ ଟୁବ୍ରୋକୁ ପ୍ରଦାନ କରାଯାଇଛି। ଦୈନିକ ୪ ହଜାର ଟନ୍‌ କ୍ଷମତା ବିଶିଷ୍ଟ କ୍ଲିଙ୍କରାଇଜେଶନ ୟୁନିଟର ଡିଜାଇନ ଯୋଗାଣର ଠିକା କାମ ଥାଇସେନକ୍ରୁପ କରୁଛି। ଏହା ବାଦ୍‌ ନୂଆ କ୍ଲିଙ୍କର ୟୁନିଟର ସିଭିଲ, ମେକାନିକାଲ ଏବଂ ରିଫ୍ରାକ୍ଟରି କାର୍ଯ୍ୟର ଠିକା ଲାର୍ସନ ଏବଂ ଟୁବ୍ରୋକୁ ପ୍ରଦାନ କରାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ନୂଆ କ୍ଲିଙ୍କର ୟୁନିଟ ସ୍ଥାପନ କରିବାକୁ ଯୋଜନା ରଖାଯାଇଛି। ୨୦୨୫ ସୁଦ୍ଧା ବାର୍ଷିକ ୨୫ ନିୟୁତ ଟନ୍‌ କ୍ଷମତା ହାସଲ ଏବଂ ୨୦୨୨ ସୁଦ୍ଧା ଆଇପିଓ ଆଣିବା ଲାଗି ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ ଲକ୍ଷ୍ୟ ରଖିଥିବା ଜିନ୍ଦଲ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକୁ ନେଇ ଆଶଙ୍କାରେ ନିବେଶକ, ୧୦୪୮ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୩ା୩: ଇରାନ-ଆମେରିକା ଯୁଦ୍ଧ ପଶ୍ଚିମ ଏସିଆ ସମେତ ବିଶ୍ୱ ସମୁଦାୟକୁ ପ୍ରଭାବିତ କରିଛି। ଗୋଟିଏ ପଟେ ଯୁଦ୍ଧବିରତି ପରିବର୍ତ୍ତେ ଆଗକୁ ଆହୁରି ଜଟିଳ ରୂପ ନେବା ଏବଂ…

BSNLର ହୋଲି ଉପହାର, ଏହି ପ୍ଲାନରେ ମିଳିବ ୧୪ ଦିନର ଅତିରିକ୍ତ…

ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ଏହାର ପ୍ରିପେଡ୍ ଉପଭୋକ୍ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଲି ଅଫର୍ ୨୦୨୬ ଲଞ୍ଚ କରିଛି । କମ୍ପାନୀ ଏହାର ଏକ…

ଇରାନରୁ ଏସବୁ ଜିନିଷ କିଣେ ଭାରତ, ଯୁଦ୍ଧ ଭିତରେ ବଢିଯିବ ଖଜୁରୀ, ପିସ୍ତା ଓ ଫଳ…

ନୂଆଦିଲ୍ଲୀ,୧।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିରେ ଅନୁଭୂତ ହେଉଛି। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ପେଟ୍ରୋଲ ଦରରେ ନିଆଁ! ଭାରତରେ ମହଙ୍ଗା ହେବ…

ନୂଆଦିଲ୍ଲୀ,୧।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି, ଏବଂ ଏହା ଭାରତର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଶଙ୍କା…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ଖାମନେଇ ନା ଡୋନାଲ୍ଡ ଟ୍ରମ୍ପ, କାହାର ଟ୍ରେଜେରୀରେ ଅଛି ଅଧିକ ଟଙ୍କା?

ନୂଆଦିଲ୍ଲୀ,୨୮।୨:ଆମେରିକା ଏବଂ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରେ, ଇରାନ ଏକ ପ୍ରତିଆକ୍ରମଣ ଆରମ୍ଭ କରିଛି। ଇରାନ ଏକକାଳୀନ ଇସ୍ରାଏଲ ଏବଂ ଅନ୍ୟ ସାତଟି ଦେଶ ଉପରେ…

ସୁନାରେଟ୍‌ରେ ବଡ଼ ବିସ୍ଫୋରଣ! ଯୁଦ୍ଧ ଭିତରେ ୨୩ହଜାର ବଢିଯିବ ଦର

ନୂଆଦିଲ୍ଲୀ,୨୮।୨: ଆମେରିକା ଇରାନ ଉପରେ ଆକ୍ରମଣ କରିଛି। ଏହି ସମୟରେ, ଇସ୍ରାଏଲ ମଧ୍ୟ ମଧ୍ୟପ୍ରାଚ୍ୟ ଦେଶ ବିରୋଧରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଇରାନ ଆକ୍ରମଣ କରି ପ୍ରତିଶୋଧ…

Sahara Refund: ଆଉ ୫୦ ହଜାର ନୁହେଁ, ଏବେ ୧୦ ଲକ୍ଷ ଟଙ୍କା ଯାଏ ଫେରସ୍ତ ପାଇଁ କରନ୍ତୁ ଆବେଦନ,୪୫ ଦିନରେ ଆସିବ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ସାହାରା ଇଣ୍ଡିଆରେ ଟଙ୍କା ରଖିଥିବା ନିବେଶକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ନିବେଶକମାନେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri