Categories: ଜାତୀୟ

ଶିବସେନାର ଜନ୍ମ କ୍ଷମତା ପାଇଁ ହୋଇନାହିଁ,ସଞ୍ଜୟଙ୍କ ମନ୍ତବ୍ୟ…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ସଙ୍କଟ ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଗତକାଲି ଯେତେବେଳେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ଆମେ ଭାବପ୍ରବଣ ହୋଇପଡିଥିଲୁ। ସମସ୍ତଙ୍କର ଉଦ୍ଧବ ଠାକରେଙ୍କ ଉପରେ ବିଶ୍ୱାସ ଅଛି । ସମସ୍ତ ଜାତି ଏବଂ ଧର୍ମର ଲୋକମାନେ ତାଙ୍କୁ ସମର୍ଥନ କରନ୍ତି। ସୋନିଆ ଗାନ୍ଧୀ ଏବଂ ଶରଦ ପାୱାର ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି।

ଅଢ଼େଇ ବର୍ଷ ଧରି ରାଜ୍ୟରେ ସରକାର ଉଦ୍ଧବଙ୍କ ନେତୃତ୍ୱରେ ପରିଚାଳିତ ହେଉଥିଲା। ବିଦାୟୀ ଭାଷଣରେ ସେ କହିଥିଲେ ଯେ ଆମ ନିଜ ଲୋକମାନେ ମୋ ସହିତ ବିଶ୍ୱାସଘାତକତା କରିଛନ୍ତି, ତେଣୁ ମୁଁ ବର୍ତ୍ତମାନ ଏହି ସରକାର ଆଉ ଚଳାଇ ପାରିବି ନାହିଁ ।

ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଗତକାଲି ରାତିରେ ଦଳର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି। ସୁପ୍ରିମକୋର୍ଟରୁ ଯେଉଁ ପ୍ରକାରର ବିଚାର ଆସିଲା, ତାଙ୍କ ପାଇଁ ଏହି ପଦବୀରେ ରହିବା ଆଉ ଉଚିତ ନ ଥିଲା। ସେ ଜଣେ ନୈତିକ ରାଜନେତା।

ଶିବସେନାର ଜନ୍ମ କ୍ଷମତା ପାଇଁ ହୋଇନାହିଁ, କ୍ଷମତା ଶିବସେନା ଲାଗି ହୋଇଛି ଜନ୍ମ, ଏହା ସର୍ବଦା ବାଲାସାହେବ ଠାକରେଙ୍କ ମନ୍ତ୍ର ହୋଇଆସିଛି ବୋଲି ସଞ୍ଜୟ କହିଛନ୍ତି। ଆମେ କାମ କରିବୁ ଏବଂ ପୁଣି ଥରେ ନିଜର ଶକ୍ତି ବଳରେ କ୍ଷମତାକୁ ଆସିବୁ ବୋଲି ସଞ୍ଜୟ କହିଛନ୍ତି।

Share