Categories: ଜାତୀୟ

ରାଜ ଠାକରେଙ୍କୁ ଟାର୍ଗେଟ କଲେ ଉଦ୍ଧବ

ମୁମ୍ବାଇ,୧୫ ।୫: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଗତ କିଛିଦିନ ହେବ ଉଦ୍ଧବ ଠାକରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଲାଉଡ ସ୍ପିକର ବିବାଦକୁ ନେଇ ଉଦ୍ଧବ ଠାକରେ ସରକାରଙ୍କ ମଜାକ ଉଡାଇଥିବା ରାଜ ଠାକରେଙ୍କୁ ଏବେ ପାଲଟା ଜବାବ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ହିସାବରେ ଉଦ୍ଧବଙ୍କ ଭାଇ ହେଉଥିବା ରାଜ ଠାକେରେଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ‘ଶାଲ ଘୋଡାଇ ହୋଇ ଜଣେ ମୁନ୍ନା ଭାଇ ନିଜକୁ ବାଲ ଠାକରେ ବୋଲି ଭାବୁଛନ୍ତି’ ।
ସୂଚନାଯୋଗ୍ୟ, ମୁମ୍ବାଇର ବିକେସି ପଡିଆରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ଉଦ୍ଧବ ଠାକରେ ରାଜ ଠାକରେଙ୍କୁ ଟାର୍ଗେଟ କରିଥିଲେ । ସେ ବଲିଉଡ ଫିଲ୍ମ ‘ଲଗେ ରହୋ ମୁନ୍ନା ଭାଇ’ ଅଭିନେତା ସଞ୍ଜୟ ଦତ୍ତଙ୍କ ଚରିତ୍ରର ଉଦାହରଣ ଦେଇ କହିଥିଲେ ଫିଲ୍ମରେ ଅଭିନେତାଙ୍କୁ ମହାତ୍ମା ଗାନ୍ଧୀଙ୍କ ଛବି ନଜର ଆସୁଥିଲା । ମୁନ୍ନାଭାଇ ଭାବୁଥିଲେ ସେ ମହାତ୍ମା ଗାନ୍ଧୀଙ୍କ ସହ କଥା ହେଉଛନ୍ତି । ହେଲେ ଫିଲ୍ମର ଶେଷରେ ଜଣାପଡିଲା କି ଏହା ‘କେମିମାଲ ଲୋଚା’(ଗଡବଡ) ମାମଲା ଅଟେ । ଆମର ଏଠି ବି କେତେଜଣ ମୁନ୍ନାଭାଇ ଅଛନ୍ତି, ଯେଉଁମାନେ ଘୁରି ବୁଲୁଛନ୍ତି ।
ସୂଚନାଯୋଗ୍ୟ, ରାଜ ଠାକରେଙ୍କ ନାମ ନ ନେଇ ଉଦ୍ଧବ କହିଥିଲେ, ଆମ ନିକଟରେ ବି ଏମିତି ଜଣେ ମୁନ୍ନାଭାଇ ଅଛନ୍ତି ଯେ ନିଜକୁ ବାଲ ଠାକରେ ବୋଲି ଭାବୁଛନ୍ତି । ସୂଚନା ମୁତାବକ ରାଜ ଠାକରେ ହନୁମାନ ଜୟନ୍ତିରେ ‘ମହା ଆରତି’ କରିବା ସମୟରେ ଗେରୁଆ ରଙ୍ଗର ଏକ ଶାଲ ଘୋଡାଇ ହୋଇଥିଲେ । ବାଲ ଠାକରେଙ୍କୁ ସବୁବେଳେ ହିନ୍ଦୁ ହୃଦୟର ସମ୍ରାଟ ବୋଲି କୁହାଯାଇଥାଏ ।

Share