Categories: ଜାତୀୟ

ସଂଖ୍ୟା ଗରିଷ୍ଠତା ପାଇଁ ପ୍ରସ୍ତୁତ ହେଲେଣି ସିନ୍ଧେ, ମୁମ୍ବାଇ ଫେରିବେ ଅସନ୍ତୁଷ୍ଟ ବିଧାୟକ

ମୁମ୍ବାଇ,୧ ।୭: ମହାରାଷ୍ଟ୍ର ରାଜନୈତିକ ସଙ୍କଟର ଶେଷରେ ଅବସାନ ହୋଇଛି । ଭାରତୀୟ ଜନତା ପାର୍ଟି(ଭାଜପା) ସହ ହାତ ମିଳାଇ ଏକନାଥ ସିନ୍ଧେ ସରକାର ଗଠନ କରିବାକୁ ବାହାରିଛନ୍ତି । ଆଉ ସେ ନିଜେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ବି ନେଇ ସାରିଲେଣି । ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ତାଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକ ମୁମ୍ବାଇ ଫେରିବେ । କାରଣ ବିଧାନସଭାରେ ଶନିବାର ଶକ୍ତି ପରୀକ୍ଷା କରାଯିବ ଓ ସିନ୍ଧେ ଗ୍ରୁପଙ୍କୁ ତାଙ୍କର ବହୁମତ ବା ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବାକୁ ପଡିବ ।
ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରି ଶନିବାର ବିଧାନସଭାର ସ୍ୱତନ୍ତ୍ର ଅଧିବଶେନ ଡାକିଛନ୍ତି । ଯେଉଁଥିରେ ସିନ୍ଧେ ସରକାରକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ । ଏବେ ଯେଉର୍ ପରିସ୍ଥିତି ପରିଲକ୍ଷିତ ହେଉଛି ସିନ୍ଧେ ଭାଜପା ସହ ମିଶି ଖୁବ୍ ସହଜରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇ ପାରିବେ ।

Share