Advertisement
Posted inଜାତୀୟ

ଶିବସେନା ନେତାଙ୍କୁ ଗୁଳିକରିଥିବା ଅଭିଯୁକ୍ତ ଗିରଫ

ଚଣ୍ଡିଗଡ଼,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରାଯାଇଛି। ସୁରୀଙ୍କୁ ୨ଟି ଗୁଳି ବାଜିଥିବା ବେଳେ ତୁରନ୍ତ ତାଙ୍କୁ ଅମୃତସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଅନ୍ୟପଟେ ତାଙ୍କୁ ଗୁଳିକରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏଥିସହ ତାଙ୍କଠାରୁ ଉକ୍ତ ବନ୍ଧୁକକୁ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଯୁବକ ଜଣଙ୍କ ସନ୍ଦୀପ ବୋଲି ଜଣାପଡ଼ିଛି। ତେବେ ସେ କାହିଁକି ଏବଂ କିଏ ସୁରୀଙ୍କୁ ମାରିବା ପାଇଁ ସୁପାରୀ ଦେଇଥିଲା ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପଟେ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ: ଅଭାବ ପଡିଲାଣି ଗୃହପାଳିତ ପ୍ରାଣୀଙ୍କ ଖାଦ୍ୟ

ମୁମ୍ବାଇ,୧୨।୪: କରୋନା ଭାଇରସ ପାଇଁ ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ସବୁଠି କିନ୍ତୁ ଲୋକଙ୍କୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଏବେ...

ଭାରତରେ ପ୍ରସ୍ତୁତ ମେଡିସିନର ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୧ା୪- ଦେଶରେ ହୁ ହୁ ହୋଇ ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକଶନର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।...

ମୋଦି ବିଶ୍ୱର ସବୁଠୁ ବଡ ଅଭିନେତା: ପ୍ରିୟଙ୍କା

ଲକ୍ଷ୍ନୌ, ୧୭।୫: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଶୁକ୍ରବାର ପ୍ରଚାର ଶେଷ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ରାଲି...

ଶିଶୁ ମୃତଦେହ ଖାଇଲା କୁକୁର

ଭୋପାଳ,୧୮।୧୧: ମଧ୍ୟପ୍ରଦେଶର ଅଶୋକନଗର ଜିଲା ହସ୍ପିଟାଲ ବାହାରେ ନବଜାତ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଛି। ହୃଦୟ ବିଦାରକ ଘଟଣା ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସାମ୍ନାକୁ...

ନନ୍ଦିଗ୍ରାମ ପାଇଁ ଶୁଭେନ୍ଦୁଙ୍କୁ ଟିକେଟ ଦେଲା ଭାଜପା

କୋଲକାତା,୬।୩: ପଶ୍ଚିମବଙ୍ଗ ବିଧାନସଭାର ୨ଟି ପର୍ଯ୍ୟାୟ ର୍ନିବାଚନ ପାଇଁ ଶନିବାର ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମାର୍ଚ୍ଚ ୨୭ ଏବଂ ଏପ୍ରିଲ ୧ରେ ହେବାକୁ...

ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ‘ଫନୀ’

ନୂଆଦିଲ୍ଲୀ,୨୯।୪: ଆଇଏମ୍‌ଡିର ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ଫନୀ’ ଅଧିକ ଘନିଭୁତ ହୋଇ ୩୦ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁବ। ମେ ୧ ସୁଦ୍ଧା ଏହା...

ଜୟ ଶ୍ରୀରାମ କହିବାକୁ ବାଧ୍ୟକଲେ: ମୁସଲିମ୍‌ ଯୁବକଙ୍କୁ ପିଟି ମାରିଦେଲେ

ଷଢ଼େଇକଳା,୨୪ା୬: ଝାଡ଼ଖଣ୍ଡର ଷଢ଼େଇକଳା ଖରସୁଆଁ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶତାଧିକ ଗ୍ରାମବାସୀ ଚୋରି ସନ୍ଦେହରେ ଜଣେ ମୁସଲିମ୍‌ ଯୁବକଙ୍କୁ ଧରି ‘ଜୟ ଶ୍ରୀରାମ’...

ମୋଟରଯାନ ବିଲ୍‌ ରାଜ୍ୟ ସଭାରେ ଗୃହୀତ: ତ୍ରୁଟି ସଂଶୋଧନ ପାଇଁ ଲୋକ ସଭାକୁ ପୁଣି ଯିବ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାର ଜରୁରୀ

ନୂଆଦିଲ୍ଲୀ,୧ା୮(ପି.ଟି.): ସଡ଼କ ନିରାପତ୍ତା ବୃଦ୍ଧି ଲାଗି ଅଣାଯାଇଥିବା ମୋଟରଯାନ (ସଂଶୋଧନ) ବିଲ୍‌ ବୁଧବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଥିରେ ଆଧାରକୁ...

Advertisement
Archives

Model This Week