Categories: ଜାତୀୟ

ଶିବସେନା ନିର୍ବାଚନୀ ଚିହ୍ନ ଧନୁତୀର ଫ୍ରିଜ ମାମଲା, ଫଇସଲା ସଂରକ୍ଷିତ ରଖିଲେ ହାଇକୋର୍ଟ…

ନୂଆଦିଲ୍ଲୀ,୧୫।୧୨ : ଶିବସେନାର ନିର୍ବାଚନୀ ଚିହ୍ନ, ଧନୁ ତୀରକୁ ଫ୍ରିଜ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପ୍ରସଙ୍ଗରେ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଏକ ଶୁଣାଣି ହୋଇଥିଲା। ଶୁଣାଣି ପରେ ଦିଲ୍ଲୀ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଦଳର ଆବେଦନ ଉପରେ ଫଇସଲା ସଂରକ୍ଷିତ ରଖିଛନ୍ତି।

ଆଡଭୋକେଟ କପିଲ ସିବଲ ଉଦ୍ଧବଙ୍କ ପକ୍ଷରୁ କହିଥିଲେ, ନିର୍ବାଚନ ଆୟୋଗ ଆମ ଦଳର କଥା ନ ଶୁଣି ଆମ ଦଳର ପ୍ରତୀକକୁ ସିଲ କରିଛନ୍ତି। ଆଜି ପର୍ଯ୍ୟନ୍ତ ଏହା ଇତିହାସରେ କେବେ ହୋଇ ନାହିଁ। ହାଇକୋର୍ଟର ସିଙ୍ଗଲ ବେଞ୍ଚ ଏହା କହିଥିଲେ ଯେ, ଏହା ପ୍ରାଥମିକ ଆପତ୍ତି ଶୁଣାଣି ହୋଇପାରିବ ନାହିଁ । ହାଇକୋର୍ଟଙ୍କ ଏହି ମନ୍ତବ୍ୟ ଉପରେ ଆମେ ସ୍ପଷ୍ଟୀକରଣ ଚାହୁଁଛୁ। କୋର୍ଟ ଏହା କିପରି କହିପାରିବେ? ନିର୍ବାଚନ ଆୟୋଗଙ୍କ ନିକଟରେ ମଧ୍ୟ ଆପତ୍ତି ଉଠାଯାଇଥିଲା। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ଦୁଇଟି ଦଳ ଅଛି, କିନ୍ତୁ ଗୋଷ୍ଠୀ ନୁହେଁ।

ନିର୍ବାଚନ ଆୟୋଗଙ୍କର ନିଷ୍ପତ୍ତିକୁ ଯଥାର୍ଥ ବୋଲି ହାଇକୋର୍ଟର ସିଙ୍ଗଲ ବେଞ୍ଚର ଆଦେଶକୁ ଉଦ୍ଧବ ଠାକରେ ସମର୍ଥକ ଚ୍ୟାଲେଞ୍ଜ କରଥିଲେ। ଦିଲ୍ଲୀ ହାଇକୋର୍ଟର ଏକକ ଜଜ ବେଞ୍ଚ ଶିବସେନାର ନିବାଚନୀ ଚିହ୍ନକୁ ଫ୍ରିଜ କରିବାକୁ ନିର୍ବାଚନ ଆୟୋଗଙ୍କ ଆଦେଶକୁ ସମର୍ଥନ କରିଥିଲେ।

Share