Categories: ଜାତୀୟ

ଗୋଟିଏ ବୋତଲ ରକ୍ତ ଦିଅ, ଏକ କିଲୋ ଚିକେନ ନିଅ

ମୁମ୍ବାଇ,୨୫ ।୧: ଶିବାସେନାର ସଂସ୍ଥାପକ ସ୍ୱର୍ଗତ ବାଲ ଠାକରେଙ୍କ ଜୟନ୍ତି ଅବସରରେ ମହାରାଷ୍ଟ୍ରର ଉହ୍ଲାସନଗରରେ ଦଳ ପକ୍ଷରୁ ଏକ ଅଦ୍ଭୁତ ଅଫର ଦିଆଯାଇଛି । ବାଲ ଠାକରେଙ୍କ ଜୟନ୍ତି ଅବସରରେ ଉହ୍ଲାସନଗରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏଠାରେ ଅଫର ରଖାଯାଇଥିଲା ଗୋଟିଏ ବୋତଲ ରକ୍ତ ଦିଅ ଏକ କିଲୋ ଚିକେନ ନିଅ ।
ସୂଚନାଯୋଗ୍ୟ, ୨୩ ଜାନୁୟାରୀରେ ବାଲ ଠାକରେଙ୍କର ୯୬ତମ ଜୟନ୍ତି ଥିଲା । ଏହି ଅବସରରେ ଉହ୍ଲାସନଗରରେ ଏହି ଶିବିରର ଆୟୋଜନ କରାଯାଇଥିଲା । ସ୍ଥାନୀୟ ନଗର ନିଗମରେ ଦଳର ନେତା ଧନଞ୍ଜୟ ବୋଡାରେ କହିଛନ୍ତି ଶିିବିରରେ ୬୫ ବୋତଲ ରକ୍ତ ସଂଗ୍ରହ କରାଯାଇଛି । ତେବେ ବ୍ଲଡ ବ୍ୟାଙ୍କର ସହଯୋଗରେ ଆୟୋଜିତ ଏହି ଶିବିରରେ ଭାଗ ନେଇଥିବା ସମସ୍ତ ରକ୍ତଦାତାଙ୍କୁ ଅଫର ଅନୁଯାୟୀ ୧ କିଲୋ ଚିକେନ ଦିଆଯାଇଛି । ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ବାଲ ଠାକରେଙ୍କ ଜୟନ୍ତିରେ ରକ୍ତଦାନ କଲେ ଏକ କିଲେ ଚିକେନ ଅବା ଏକ କିଲୋ ପନିର ଅଫର ଦିଆଯାଇଥିଲା । ଏଥିପାଇଁ ପୋଷ୍ଟର ମଧ୍ୟ ଲଗାଯାଇଥିଲା । ଆଉ ଆୟୋଜିତ ଶିବିରରୁ ୭୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Share