Posted inଜାତୀୟ

ସାମନାରେ ଭାଜପାକୁ ଟାର୍ଗେଟ କଲା ଶିବସେନା: ବେକାରୀ ବୃଦ୍ଧି, କଶ୍ମୀର ଅଶାନ୍ତ, ହେଲେ ବିଶ୍ୱକୁ ମାର୍ଗଦର୍ଶନ ଦେଉଥିବା ମୋଦି ଚୁପ

ମୁମ୍ବାଇ,୨୯ ।୫: ଶିବସେନା ତା’ର ମୁଖପତ୍ର ସାମନା ଜରିଆରେ ଦେଶରେ ବେକାରୀ, କଶ୍ମୀର ସମସ୍ୟା ଓ ଜ୍ଞାନବ୍ୟାପି ମସଜିଦ ଭଳି ବିଷୟକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି । ଶିବସେନା ସାମନାର ସମ୍ପାଦକୀୟରେ ଲେଖିଛି ଯେ ଦେଶରେ ବେକାରୀ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ପଞ୍ଜାବ ଓ କଶ୍ମୀର ଅଶାନ୍ତ ହେବାରେ ଲାଗିଛି ଆଉ ରାଜନୀତି ଭିନ୍ନ ଦିଗରେ ଗତି କରୁଛି । ଦେଶର ନୂଆ ପିଢି କେଉଁ ଦିଗରେ ଗତି କରୁଛନ୍ତି ବୋଲି ଶିବସେନା ପ୍ରଶ୍ନ କରିଛି । ହେଲେ ଏହି ସମୟରେ ବିଶ୍ୱକୁ ମାର୍ଗଦର୍ଶନ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ ରହିଛନ୍ତି, ଯାହା ଆଶ୍ଚର୍ଯ୍ୟ ଲାଗୁଛି ।
ସାମନାରେ ଲେଖାଯାଇଛି, ହିନ୍ଦୁ ଓ ମୁସଲମାନଙ୍କ କଥା ଚିନ୍ତା କରିବା ପରିବର୍ତ୍ତେ କଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ସହ ରକ୍ତପାତ ଚାଲିଛି । ଯେଉଁ ଲୋକ ଦେଶର ଗୁଣଗାନ କରୁଛନ୍ତି ସେମାନଙ୍କୁ ଶେଷ କରିବା ଆତଙ୍କବାଦୀଙ୍କ ନୀତି । ଘାଟିରେ ଗତ ୨ ମାସ ମଧ୍ୟରେ ୧୨ ମୁସଲମାନ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହେଲାଣି । ଭାଜପାକୁ କେବଳ ଗୋଟିଏ ଧର୍ମ ଓ ଗୋଟିଏ ବଳିଦାନ କଥା ଦେଖାଯାଉଛି । ଯାହା ରାଷ୍ଟ୍ରୀୟ ଏକତାର ଲକ୍ଷ୍ୟ ନୁହେଁ । ଦେଶପାଇଁ ବଳିଦାନ ଦେଉଥିବା ହିନ୍ଦୁମାନଙ୍କୁ ଯେତିକି ସମ୍ମାନ ଦିଆଯାଉଛି ଦେଶପାଇଁ ବଳିଦାନ ଦେଉଥିବା ମୁସଲମାନମାନଙ୍କର ବି ସେତିକି ସମ୍ମାନ କରିବା ଦରକାର । ସମାନାରେ ଆହୁରି ଲେଖାଯାଇଛି, ଜାପାନରେ ଅନୁଷ୍ଠିତ କ୍ୱାଡ ଶିଖର ସମ୍ମିଳନୀରେ ବିଭିନ୍ନ ଦେଶର ନେତାଙ୍କ ସହ ମୋଦିବି ଖୁବ୍ ଆଗରେ ଥିଲେ । ହେଲେ ଦେଶରେ ବଢି ଚାଲୁଥିବା ବେକାରୀ ସମସ୍ୟାର କ’ଣ ସମାଧାନ ରହିଛି ବୋଲି ପ୍ରଶ୍ନ କରିଛି ଶିବସେନା ।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri