Posted inଜାତୀୟ

ସାମନାରେ ଭାଜପାକୁ ଟାର୍ଗେଟ କଲା ଶିବସେନା: ବେକାରୀ ବୃଦ୍ଧି, କଶ୍ମୀର ଅଶାନ୍ତ, ହେଲେ ବିଶ୍ୱକୁ ମାର୍ଗଦର୍ଶନ ଦେଉଥିବା ମୋଦି ଚୁପ

ମୁମ୍ବାଇ,୨୯ ।୫: ଶିବସେନା ତା’ର ମୁଖପତ୍ର ସାମନା ଜରିଆରେ ଦେଶରେ ବେକାରୀ, କଶ୍ମୀର ସମସ୍ୟା ଓ ଜ୍ଞାନବ୍ୟାପି ମସଜିଦ ଭଳି ବିଷୟକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛି । ଶିବସେନା ସାମନାର ସମ୍ପାଦକୀୟରେ ଲେଖିଛି ଯେ ଦେଶରେ ବେକାରୀ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ପଞ୍ଜାବ ଓ କଶ୍ମୀର ଅଶାନ୍ତ ହେବାରେ ଲାଗିଛି ଆଉ ରାଜନୀତି ଭିନ୍ନ ଦିଗରେ ଗତି କରୁଛି । ଦେଶର ନୂଆ ପିଢି କେଉଁ ଦିଗରେ ଗତି କରୁଛନ୍ତି ବୋଲି ଶିବସେନା ପ୍ରଶ୍ନ କରିଛି । ହେଲେ ଏହି ସମୟରେ ବିଶ୍ୱକୁ ମାର୍ଗଦର୍ଶନ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ ରହିଛନ୍ତି, ଯାହା ଆଶ୍ଚର୍ଯ୍ୟ ଲାଗୁଛି ।
ସାମନାରେ ଲେଖାଯାଇଛି, ହିନ୍ଦୁ ଓ ମୁସଲମାନଙ୍କ କଥା ଚିନ୍ତା କରିବା ପରିବର୍ତ୍ତେ କଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ସହ ରକ୍ତପାତ ଚାଲିଛି । ଯେଉଁ ଲୋକ ଦେଶର ଗୁଣଗାନ କରୁଛନ୍ତି ସେମାନଙ୍କୁ ଶେଷ କରିବା ଆତଙ୍କବାଦୀଙ୍କ ନୀତି । ଘାଟିରେ ଗତ ୨ ମାସ ମଧ୍ୟରେ ୧୨ ମୁସଲମାନ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହେଲାଣି । ଭାଜପାକୁ କେବଳ ଗୋଟିଏ ଧର୍ମ ଓ ଗୋଟିଏ ବଳିଦାନ କଥା ଦେଖାଯାଉଛି । ଯାହା ରାଷ୍ଟ୍ରୀୟ ଏକତାର ଲକ୍ଷ୍ୟ ନୁହେଁ । ଦେଶପାଇଁ ବଳିଦାନ ଦେଉଥିବା ହିନ୍ଦୁମାନଙ୍କୁ ଯେତିକି ସମ୍ମାନ ଦିଆଯାଉଛି ଦେଶପାଇଁ ବଳିଦାନ ଦେଉଥିବା ମୁସଲମାନମାନଙ୍କର ବି ସେତିକି ସମ୍ମାନ କରିବା ଦରକାର । ସମାନାରେ ଆହୁରି ଲେଖାଯାଇଛି, ଜାପାନରେ ଅନୁଷ୍ଠିତ କ୍ୱାଡ ଶିଖର ସମ୍ମିଳନୀରେ ବିଭିନ୍ନ ଦେଶର ନେତାଙ୍କ ସହ ମୋଦିବି ଖୁବ୍ ଆଗରେ ଥିଲେ । ହେଲେ ଦେଶରେ ବଢି ଚାଲୁଥିବା ବେକାରୀ ସମସ୍ୟାର କ’ଣ ସମାଧାନ ରହିଛି ବୋଲି ପ୍ରଶ୍ନ କରିଛି ଶିବସେନା ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri