Posted inଜାତୀୟ

ଶିବସୈନିକ ସନ୍ତୁଷ୍ଟ କି ଅସନ୍ତୁଷ୍ଟ, ଶିନ୍ଦେ କରିବେ ସର୍ଭେ …

ମୁମ୍ବାଇ, ୫।୯ : ଉଦ୍ଧବ ଠାକରେଙ୍କ ଶିବସେନା ବିରୁଦ୍ଧରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ବର୍ତ୍ତମାନ ତାଙ୍କ ନିଷ୍ପତ୍ତିରେ ଶିବ ସୈନିକ କେତେ ସନ୍ତୁଷ୍ଟ ଅବା ଅସନ୍ତୁଷ୍ଟ ଅଛନ୍ତି ସେ ନେଇ ଚିନ୍ତିତ ଅଛନ୍ତି। ସମ୍ପ୍ରତିି ଆଦିତ୍ୟ ଠାକରେ ଶିବ ସୈନିକଙ୍କୁ ତାଙ୍କ ସପକ୍ଷରେ କରିବା ତଥା ବିଶେଷ କରି ବିଦ୍ରୋହୀ ବିଧାୟକଙ୍କ ଅଞ୍ଚଳକୁ ଯିବା ପାଇଁ ରାଲିର ଆୟୋଜନ କରୁଛନ୍ତି।

ଏପରିସ୍ଥଳେ ଶିନ୍ଦେ ଶିବସେନା ମଧ୍ୟରେ ଏକ ସର୍ଭେ କରିବାକୁ ଚିନ୍ତା କରୁଛନ୍ତି। ଏହା ମାଧ୍ୟମରେ ସେ ଜାଣିବାକୁ ଚାହାଁନ୍ତି ଯେ ବିଦ୍ରୋହର ନିଷ୍ପତ୍ତି ଉପରେ ଶିବ ସୈନିକମାନେ କ’ଣ ଭାବୁଛନ୍ତି। ସେ ବିଏମସି ନିର୍ବାଚନ ଏବଂ ପରେ ଲୋକସଭା ନିର୍ବାଚନ ଅନୁଯାୟୀ ଯୋଜନା କରିବାକୁ ଚାହୁଁଛନ୍ତି। ସର୍ଭେ ଦ୍ୱାରା ଶିବ ସୈନିକଙ୍କ ମନୋବଳ ଜାଣିବା ପରେ ଯୋଜନା ସହଜ ହେବ ବୋଲି ସେ ଚିନ୍ତା କରୁଛନ୍ତି।

ଶିନ୍ଦେ କ୍ୟାମ୍ପ ମଧ୍ୟ ଏହି ସର୍ଭେ ପାଇଁ ଏକ ସଂସ୍ଥା ନିଯୁକ୍ତି କରିବାକୁ ଚାହୁଁଛି। ୫୪ ଶିବସେନା ବିଧାୟକଙ୍କ ମଧ୍ୟରୁ ୪୦ ଜଣ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି। କିନ୍ତୁ କର୍ମରମାନେ ତାଙ୍କୁ ସମର୍ଥନ କରିବେ କି ନାହିଁ ତାହା ଉପରେ ଶିନ୍ଦେଙ୍କର ସନ୍ଦେହ ରହିଛି। ଏଭଳି ପରିସ୍ଥିତିରେ, ଏହି ସର୍ଭେ ମାଧ୍ୟମରେ ସେ ଜନସାଧାରଣଙ୍କ ମନୋଭାବ ବୁଝିବାର ପ୍ରୟାସ କରିବେ ।

ସର୍ଭେ ପାଇଁ କର୍ନାଟକ ସ୍ଥିତ ପବ୍ଲିକ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏବଂ ଦିଲ୍ଲୀ ସ୍ଥିତ ନିର୍ବାଚନ ଅନୁସନ୍ଧାନ ସଂସ୍ଥା ସହିତ ଜଡିତ ଲୋକଙ୍କୁ ଶିନ୍ଦେ କ୍ୟାମ୍ପ ଭେଟିଛନ୍ତି। ଏପର୍ଯ୍ୟନ୍ତ ସର୍ଭେ ସମ୍ପର୍କରେ ଶିନ୍ଦେ କ୍ୟାମ୍ପ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। କିନ୍ତୁ ଏହା ଆଗାମୀ ନିର୍ବାଚନ ପାଇଁ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ସର୍ଭେର ଏହି ଚିନ୍ତାଧାରା ଏକନାଥ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେଙ୍କର। ସେ ଦିଲ୍ଲୀର ସର୍ଭେ ଫାର୍ମର ଲୋକଙ୍କୁ ଭେଟିଛନ୍ତି।

ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଏକ ଯାତ୍ରା ଆରମ୍ଭ କରିଛନ୍ତି। ସେ ଶିବ ସଂକଳ୍ପ ଯାତ୍ରା ଅନ୍ତିର୍ଗତ ସାରା ରାଜ୍ୟ ବୁଲୁଛନ୍ତି। ବିଶେଷକରି ଦଳ ବିରୋଧରେ ବିଦ୍ରୋହ କରିଥିବା ବିଧାୟକଙ୍କ ଅଞ୍ଚଳ ପରିଦର୍ଶନ କରିବେ। ସେ ଶିବସୈନିକଙ୍କୁ ନିବେଦନ କରୁଛନ୍ତି ଯେ ଯେଉଁମାନେ ପ୍ରକୃତ କର୍ମୀ ସେମାନେ ତାଙ୍କ ସହିତ ଆସନ୍ତୁ। କୁହାଯାଉଛି ଯେ ଶିବ ସୈନିକଙ୍କର ଏକ ଗୋଷ୍ଠୀ ମଧ୍ୟ ଶିନ୍ଦେ କ୍ୟାମ୍ପ ବିଦ୍ରୋହକୁ ଏକ ପ୍ରତାରଣା ଭାବରେ ଦେଖୁଛି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଶିବସୈନିକଙ୍କ ମନୋଭାବ କ’ଣ ହେବ ତାହା ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri