ଗୋଟିଏ ଦିନ ଆଗରୁ ବନ୍ଦ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର,୫।୧(ବ୍ୟୁରୋ): କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଶିଶିର ସରସ ମେଳାକୁ ଗୁରୁବାର ବନ୍ଦ କରି ଦିଆଯାଇଛି। ହେଲେ ଗୋଟିଏ ଦିନ ଆଗରୁ ମେଳା ବନ୍ଦ କରିବା ନିଷ୍ପତ୍ତି ଉଭୟ ବିକ୍ରେତା ଏବଂ ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଯୋଗ୍ୟ, ଗତ ୨ବର୍ଷ ଧରି ବନ୍ଦ ରହିଥିବା ଏହି ଜାତୀୟସ୍ତରୀୟ ମେଳା ଗତ ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ଚାଳିବା ନେଇ ଦିନ ଧାର୍ଯ୍ୟ କରାଯାଇଥିଲା। ଓରମାସ ପକ୍ଷରୁ ଆୟୋଜିତ ହୋଇଥିବା ଏହି ମେଳାରେ ଓଡ଼ିଶାର ୩୦ଟି ଜିଲା ସହ ଦେଶର ପ୍ରାୟ ୨୨ ରାଜ୍ୟରୁ ଆସିଥିବା ୪୦୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିବା ବେଳେ ୫୦୦ରୁ ଅଧିକ କାରୀଗର ତଥା ବିକ୍ରେତା ଯୋଗ ଦେଇଥିଲେ।