ଶର୍ଟଲେସ୍‌ ହେଲେ ରଣବୀର

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ ଏବଂ ଏନର୍ଜେଟିକ୍‌ ଅଭିନେତା ରଣବୀର ସିଂହ ନୂଆବର୍ଷର ପ୍ରଥମ ଦିନଟି ବେଶ୍‌ ଭଲରେ କାଟିଛନ୍ତି। ଲେଡି ଲଭ୍‌ ଦୀପିକା ପାଦୁକୋନଙ୍କ ସହ ସେ ନୂଆବର୍ଷ ପାଳନ କରିଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନଙ୍କ ପାଇଁ ରଣବୀର ଏହି ସମୟର ଏକ ଝଲକ ଶେୟାର କରିଛନ୍ତି।

ରଣବୀର ଶର୍ଟଲେସ୍‌ ହୋଇ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋଟିକୁ ପ୍ରଶଂସକମାନେ ଖୁବ୍‌ମାତ୍ରାରେ ପସନ୍ଦ କରିଛନ୍ତି। ଫଟୋରେ ସେ ଏକ ସନ୍‌ଗ୍ଲାସ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ଜୀବନର ପ୍ରଥମ ଦିନ। ହ୍ୟାପି ନିୟୁ ଇୟର।

ଏହି ଫଟୋଟି ଉଠାଯାଇଥିବା ସ୍ଥାନଟି ଖୁବ୍‌ ସୁନ୍ଦର ହୋଇଛି। ରଣବୀରଙ୍କ ସହ ମନୀଷ ମାଲହୋତ୍ରା, ରେମା ଡିସୁଜାଙ୍କ ସମେତ ଆଉ କିଛି ସେଲିବ୍ରିଟି ମଧ୍ୟ ନଜର ଆସିଛନ୍ତି।

Share