ଟାଇମ ମାଗାଜିନ୍‌ରେ ଶିଞ୍ଜୋ ଆବେ

ଓ୍ବାଶିଂଟନ୍‌/ଟୋକିଓ, ୧୧ା୭: ଜାପାନର ପରଲୋକଗତ ଲୋକପ୍ରିୟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଜଣାଶୁଣା ପତ୍ରିକା ‘ଟାଇମ୍‌’ ଶ୍ରଦ୍ଧାଞ୍ଜଳି ଦେଇଛି। ଟାଇମ୍‌ର ପ୍ରଚ୍ଛଦପଟରେ ଆବେଙ୍କ ଫଟୋ ସ୍ଥାନିତ କରାଯାଇଛି। ୨୦୦୬, ୨୦୦୭ ଓ ୨୦୧୪ ପରେ ଏହା ହେଉଛି ଆବେଙ୍କୁ ନେଇ ଟାଇମ୍‌ର ଚତୁର୍ଥ କଭରପେଜ୍‌ ପ୍ରକାଶନ।

ଜାପାନକୁ ସର୍ବାଧିକ ସମୟ ଶାସନ କରିଥିବା ୬୭ ବର୍ଷୀୟ ଶିଞ୍ଜୋ ଆବେ ଶୁକ୍ରବାର ନିଜ ଦଳ ପାଇଁ ନିର୍ବାଚନୀ ପ୍ରଚାର କରୁଥିବାବେଳେ ୪୧ ବର୍ଷୀୟ ଆତତାୟୀ ତେତ୍‌ସୁୟା ୟାମାଗାମିଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ। ରବିବାର ଅନୁଷ୍ଠିତ ଉଚ୍ଚସଦନ ନିର୍ବାଚନରେ ଲିବେରାଲ ଡେମୋକ୍ରାଟିକ୍‌ ପାର୍ଟି (ଏଲ୍‌ଡିପି)ଅଧିକ ଆସନ ଦଖଲ କରିବ ବୋଲି ପୂର୍ବରୁ ଆକଳନ କରାଯାଇଥିବାବେଳେ ଆବେଙ୍କ ମୃତ୍ୟୁ ପରେ ସହାନୁଭୂତି ଯୋଗୁ ସଂଖ୍ୟା ଆହୁରି ବଢ଼ିବା ଅନୁମାନ କରାଯାଉଛି। ବିଭିନ୍ନ ସର୍ବେକ୍ଷଣ ସଂସ୍ଥାର ଏକ୍‌ଜିଟ୍‌ ପୋଲ ଅନୁଯାୟୀ, ୨୪୭ ଆସନ ବିଶିଷ୍ଟ ଉଚ୍ଚସଦନରେ ଏଲ୍‌ଡିପି ନେତୃତ୍ୱାଧୀନ ମେଣ୍ଟକୁ ଅନୂ୍ୟନ ୧୪୩ ଆସନ ମିଳିବ।

ଶାସକ ମେଣ୍ଟ ସପକ୍ଷରେ ଏପରି ଫଳାଫଳ ଆସିଲେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୨୦୨୫ ନିର୍ବାଚନ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଶାସନ କରିପାରିବେ। ଅନ୍ୟପକ୍ଷରେ ଆବେଙ୍କ ହତ୍ୟାକାରୀ ତେତ୍‌ସୁୟା ୟାମାଗାମି ଜଣେ ବେକାର ଯୁବକ। ସେ ନୌସେନାରେ ପୂର୍ବରୁ କାର୍ଯ୍ୟରତ ନ ଥିଲେ। ଆବେ ଜଡ଼ିତ ଥିବା ଏକ ଧର୍ମୀୟ ସଙ୍ଗଠନ ଯୋଗୁ ୟାମାଗାମିଙ୍କ ମା’ ସର୍ବସ୍ବାନ୍ତ ହୋଇଥିବାରୁ ସେ ତାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଜାପାନ ପୋଲିସ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ହୋଇଥିବା ମାନିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri